ଭୁବନେଶ୍ୱର: ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ସୁନ୍ଦରଗଡ଼ ବିଧାୟକ ତଥା ବିଜେପି ନେତା କୁସୁମ ଟେଟେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ହେଲେ ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ପ୍ରଦୀପ ପୁରୋହିତ ୨୦୧୪ରେ ଏଠାରୁ ବିଜୟୀ ହୋଇଥିଲେ ।
ଅନ୍ୟପଟରେ, ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ତେବେ ପଦ୍ମପୁର ଉପନିର୍ବାଚନ ଲାଗି ଆଜି ଅପରାହ୍ନରେ ଦଳ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି ।
ସୂଚନା ଥାଉଯେ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ଦେହାନ୍ତ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ ।

Comments are closed.