ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଜୋରଦାର ପ୍ରଚାର କରିବ ଦଳ । ଏଥିପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ୨ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବହୁ ବରିଷ୍ଠ ନେତା ଯୋଗ ଦେଇ ପ୍ରଚାର ମଇଦାନକୁ ସରଗରମ କରିବେ ଇ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଛାତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ ଜୟଙ୍କ ପାଇଁ ପ୍ରଚାର କରିବେ ।
ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ତିନିଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ଜୁଏଲ ଓରାମ ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦୁଇ ପ୍ରଭାରୀ ସୁନୀଲ ବଂଶଲ ଓ ଲତା ଉଶେଣ୍ଡି ପ୍ରଚାରକୁ ଓହ୍ଲାଇବେ । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକବର୍ଦ୍ଧନ ସିଂହ ଦେଓ ମଧ୍ୟ ଜୟଙ୍କ ଲାଗି ପ୍ରଚାର କରିବେ ।
