ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ ?

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପାରମ୍ପରିକ ନୃତ୍ୟଗୀତ ସହିିତ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନ୍ୟ ନେତା ଓ ନେତ୍ରୀମାନେ ପାଛୋଟି ଆଣିଛନ୍ତି । ଏହାପରେ ବିଜେପିର ଯୁବ କର୍ମାମାନେ ଏକ ବାଇକ୍‌ ଶୋଭାଯାତ୍ରା କରି ତାଙ୍କୁ ରାଜ୍ୟ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଯିଆଯାଇଛି । ଜେପି ନଡା ଓଡ଼ିଶାରେ ଦୁଇ ଦିନ ଗ୍ରସ୍ତରେ ରହିବେ ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶାରେ ଆସିବ, ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡା ଦଳର ବରିଷ୍ଠ ନେତା, ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଏହାସହିତ ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଦୁଇ ଦିନିଆ ଗ୍ରସ୍ତର କାର୍ଯ୍ୟକ୍ରମ-

* ଆଜି ପ୍ରଥମ ଦିନରେ ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ଜେପି ନଡା ପ୍ରାୟ ୨୫ହଜାର ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବେ ।

* ବୁଥ୍‌ ସ୍ତରୀୟ ପ୍ରତିନିଧୀଙ୍କ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ବିଷୟ ନେଇ ଏକ ବୈଠକ କରିବେ ।

* ଏହାପରେ ରାତି ୮ଟାରେ ପୁରୀ ଅଭିମୁଖେ ଯିବେ । ପୁରୀରେ ଅଠରନଳାଠାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି ।

* ରାତିରେ ପୁରୀରେ ରହିବେ । ସକାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦିବଙ୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କୁ ସମବେଦନା ଜଣାଇବା ପାଇଁ ହେଲିକପ୍‌ଟର ଯୋଗେ ଧାମନଗର ଅଭିମୁଖେ ଯିବେ ।

* ଧାମନଗରରୁ ଫେରି ଅଡ଼ସପୁରସ୍ଥିତ ଏସ୍‌ଭିନିରତାର୍‌ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।

* ଏହାପରେ ସେ ଜନତା ମଇଦାନରେ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବେ । ସଠୋରେ ସେ ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କୁ ନଡା ଗୁରୁମନ୍ତ୍ର ଦେବେ ।

Launching Ceremony of “AYUSHMAN BHARAT

Comments are closed.