ରେୱା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଦଳ ସେବା ପଖୱାଡା ନାମକ ଏକ କାର୍ଯ୍ୟକ୍ରମ କରୁଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ । ତେବେ ଏହି କାର୍ଯ୍ୟକ୍ରମ ଅନ୍ତଗର୍ତେ ବିଜେପିର ଜଣେ ସାଂସଦ ଏକ ବିଦ୍ୟାଳୟକୁ ଯାଇଥିଲେ । ତେବେ ସେଠାରେ ତାଙ୍କର ଏକ ଅପରିଷ୍କାର ଶୌଚାଳୟ ଉପରେ ନଜର ପଡ଼ିଥିଲା । ବାସ୍ ଏହା ପରେ ସାଂସଦ ଦସ୍ତାନୀ ଓ ଉପକରଣ ବିନା ଖାଲି ହାତରେ ଶୌଚାଳୟ ସଫା କରିଥିଲେ ଓ ଏହାର ଏକ ଭିଡିଓ କରି ନିଜ ଟିଇଟର୍ରେ ସେୟାର୍ କରିଥିଲେ ।
पार्टी द्वारा चलाये जा रहे सेवा पखवाड़ा के तहत युवा मोर्चा के द्वारा बालिका विद्यालय खटखरी में वृक्षारोपण कार्यक्रम के उपरांत विद्यालय के शौचालय की सफाई की।@narendramodi @JPNadda @blsanthosh @ChouhanShivraj @vdsharmabjp @HitanandSharma pic.twitter.com/138VDOT0n0
— Janardan Mishra (@Janardan_BJP) September 22, 2022
ଘଟଣାଟି ମଧ୍ୟପ୍ରଦଦେଶର ରେୱାଠାରେ ଘଟିଛି । ରେୱାର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା ଜିଲ୍ଲାର ଏକ ବାଳିକା ବିଦ୍ୟାଳୟକୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହି ଅବସରରେ ସ୍କୁଲ ପରିଦର୍ଶନ କରୁ କରୁ ତାଙ୍କ ନଜରରେ ସ୍କୁଲର ଶୌଚାଳୟ ପଡିଥିଲା, ଯାହା ଅତି ଅପରିଷ୍କାର ହୋଇଥିଲା । ଏହାପରେ ସାଂସଦ ସିଧା ବାହାରି ପଡ଼ିଥିଲେ ଏହାକୁ ସଫା କରିବାକୁ । ବ୍ରସ୍ ,କ୍ଲିଞ୍ଜର କିମ୍ବା ଦସ୍ତାନୀ ବିନା ସେ ଏକ ମଘରେ ପାଣି ନେଇ ଖାଲି ହାତରେ ପ୍ୟାନ୍କୁ ଘଷି ଘଷି ଧୋଇ ସଫା କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସୂଚନା ଥାଉଯେ, ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ଆଗରୁ ମଧ୍ୟ ବହୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସୁଛନ୍ତି । ଏହା ପୂର୍ବରୁ ସେ ରିକ୍ସା ଚଳାଇ ରାସ୍ତାରୁ ଅଳିଆ ଆବର୍ଜନା ସଫା କରୁଥିବାର ମଧ୍ୟ ନଜିର ରହିଛି । ଏହା ବ୍ୟତୀତ ବିବାଦୀୟ ମନ୍ତବ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଜନାର୍ଦ୍ଦନ ମିଶ୍ରା ଚର୍ଚ୍ଚାରେ ରହିଥାନ୍ତି ।

Comments are closed.