ପ୍ରଚାର ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା : ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବରେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି । ରାଧାରାଣୀ ପଣ୍ଡା ଲଖନପୁର ବ୍ଲକସ୍ଥିତ ନିଜ ଗାଁ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରି ପ୍ରଥମେ ଧୂଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକ ମାନଙ୍କ ସହ ପ୍ରଚାର ମଇଦାନକୁ ଓହ୍ଳାଇ ଡୋର-ଟୁ-ଡୋର କେମ୍ପେନିଙ୍ଗ କରିଛନ୍ତି ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିସ୍ଥାପନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସ୍ଥାନୀୟ ନିଯୁକ୍ତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ମୁଦ୍ଦା କରି ରାଧାରାଣୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇ ସେ ବିଜୟୀ ହେବେ ବୋଲି ରାଧାରାଣୀ ପଣ୍ଡା କହିଛନ୍ତି ।

ଏପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ୫ ଜଣିଆ ପ୍ରତିନିଧି ଦଳ । ସେମାନେ କହିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆମେ ଅଧିକାରୀଙ୍କୁ ଭେଟିଲୁ । କିଛି ସରକାରୀ କର୍ମକର୍ତ୍ତାମାନେ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି । ତାଙ୍କରି ସପକ୍ଷରେ ଜନସାଧାରଣମାନଙ୍କୁ ଭୋଟ ଦେବାକୁ ସେମାନେ ପ୍ରବର୍ତ୍ତାଉଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ଛ ଶାସକ ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କ ସାହାର୍ଯ୍ୟ ନେଉଛନ୍ତ । ଏହା କେତେ ଦୂର ଠିକ? ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମଧ୍ୟ ବହୁ ବାର ନିର୍ବାଚନ କମିସନରଙ୍କୁ ଭେଟିଥିଲୁ । କି;ୁ କିଛି ଲାଭ ହେଲା ନାହିଁ । ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସିବିକେ ,ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବେ ବୋଲି ଚିଠି ହୋଇଛି ।

ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି । ସେଠି ଯେଉଁ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହଜନକ ତାଙ୍କରି ହାତରେ ହିଁ ଏହି ସଚେତନ ଦାୟିତ୍ୱ ନ୍ୟସ୍ତ କରାଯାଉଛି । ଏ କଥା କେତେ ଦୂର ନିରପେକ୍ଷ ବୋଲି ପ୍ରଶ୍ନ କରିଛି ବିଜେପି । ଏହିପରି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଭୋଟରଙ୍କ ସଚେତନତା ନାମରେ ଏହିପରି ସରକାରୀ କାର୍ଯ୍ୟକର୍ତ୍ତାଙ୍କୁ ଜଡିତ ନ କର;ୁ ବୋଲି ଆମେ ଦାବି କରିଛୁ ।

Launching Ceremony of “AYUSHMAN BHARAT

Comments are closed.