ହୃଦଘାତ ରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ

ଚଣ୍ଡୀଗଡ଼ :ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ଗୋଆରେ ହୃଦଘାତରେ ମୃତ୍ୟୁ । ତାଙ୍କ ଭଉଣୀ ସୋନାଲି ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା I ସେ ଏକ ସୁଟିଂ କାମରେ ୨ ଦିନ ପାଇଁ ଗୋଆ ଯାଇଥିଲେ I

ସୁଚନାନୁସାରେ ସୋନାଲି ୨୦୧୯ ମସିହା ହରିୟାଣାରେ ବିଧାନସଭା ନିର୍ବାଚନରେ ​​ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ସେ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଷ୍ଣୋଇ ଙ୍କ ଠାରୁ ହାରି ଯାଇଥିଲେ। ତେବେ ବର୍ତ୍ତମାନ କୁଲଦୀପ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଛନ୍ତି I
ଗୋଆ ଡିଜିପି ଙ୍କ ସୂଚନାନୁସାରେ ସୋନାଲି ଫୋଗଟ ଙ୍କୁ ଡାକ୍ତରଖାନା ଆଣିବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା I ତାଙ୍କ ଶରୀରରେ କୌଣସି ଆଘାତ ର ସୂଚନା ନ ଥିଲା ,ତେବେ ତାଙ୍କ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
ହୃଦଘାତ ରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ
ସୋନାଲି ଫୋଗଟ ୨୧ ସେପ୍ଟେମ୍ବର ୧୯୭୯ ରେ ହରିୟାଣାର ଫତେହାବାଦରେ ଜନ୍ମଗ୍ରହଣ କରିଥିଲେ। ୨୦୦୬ ରେ, ସେ ହିସIର ଦୂରଦର୍ଶନ ରେ ଆଙ୍କର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ I ୨୦୦୮ ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କ ଭଉଣୀର ସମ୍ପର୍କୀୟ ଙ୍କୁ ବିବାହ କରିଥିଲେ। ତାଙ୍କର ବିବାଦୀୟ ବୟାନ ପାଇଁ ସେ ସବୁବେଳେ ଚର୍ଚାରେ ରହିଆସୁଥିଲେ। ‘ବିଗ୍ ବସ୍’ ସିଜନ୍ ୧୪ ରେ ସେ ଦର୍ଶକଙ୍କ ସହ ନିଜ ଜୀବନ ର କିସସସହି ଅକୁହା କଥା କୁ ବାଣ୍ଟିଥିଲେ I

ସୋନାଲି ମୃତ୍ୟୁ ର ମାତ୍ର କିଛି ସମୟ ପୂର୍ବରୁ ସୋସିଆଲ ସାଇଟରେ ନିଜର ଭିଡିଓ ପୋଷ୍ଟ କରିଥିଲେ I ମୁଣ୍ଡରେ ଗୋଲାପୀ ପଗଡି ବାନ୍ଧି ବଲିଉଡର ରେଟ୍ରୋ ଗୀତ ‘ରୁଖ ସେ ଜରା ନାକାବ ହଟା ଦୋ’ରେ ରିଲସ କରିଥିବା ନଜର ଆସିଥିଲେ I ସୋନାଲି ଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହେଇ ସାରିଥିବାବେଳେ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ରହିଛି I

Govt

Comments are closed.