ବାଲେଶ୍ୱର : ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ଆକ୍ରମଣ I ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି ଦୁର୍ବୁର୍ତ୍ତ ଇ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଲେ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତ I ଆଜି ସକାଳୁ ସେ ଲୋକନାଥ ମର୍ଣ୍ଣିଂ ୱାକ କରି ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି I
ମର୍ଣ୍ଣିଂ ୱାକ ରୁ ଫେରୁଥିବା ସମୟରେ ସୋରୋ ଥାନା ନିକଟରେ ୨ ଅଜଣା ଯୁବକ ପଛରୁ ଦ୍ରୁତ ଗତିରେ ଏକ ବାଇକ୍ରେ ଆସି ଲୋକନାଥଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଦୁର୍ବୃତ ମାନେ ତାଙ୍କ ମୁଣ୍ଡ, ହାତ ଓ ବାହୁକୁ ଭୁଜାଲିରେ ହାଣି ପକାଇଥିଲେ I ଲୋକନାଥ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଲୋକନାଥଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତରୂ କରାଯାଇଛି। ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀଙ୍କ ଟେର ପାଇପାରିନି। ସୂଚନାନୁସାରେ ଲୋକନାଥ ପୂର୍ବରୁ ସୋରୋ କାଉନସିଲର ଥିବା ବେଳେ ଏବେ ତାଙ୍କର ପତ୍ନୀ ମଧ୍ୟ କାଉନସିଲର ଅଛନ୍ତି I ସେହିପରି କୋକନାଥ ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି I

Comments are closed.