ବାରଣାସି: ଅକ୍ଟୋବର ୨୩: ଆଗକୁ ଆସୁଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଦଳ ଲୋକଙ୍କୁ ଅକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ବିଜେପି ନେତ୍ରୀ ବେବି ରାଣୀ ମୋର୍ଯ୍ୟ ଅଜବ ବୟାନ ଦେଇ ମହିଳାଙ୍କୁ ଆକୃଷ୍ଟ କରିଛନ୍ତି । ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେବିରାଣୀ ମୋର୍ଯ୍ୟ ବାରଣାସିର ଏକ ସଭାରେ ଭାଷଣ ଦେବା ଅବସରରେ ଏହିପରି ବୟାନ ଦେଇଛନ୍ତି । ବୟାନରେ ସେ କହିଛନ୍ତି କି ମହିଳାମାନେ କୌଣସି ପରିସ୍ଥିତିରେ ସନ୍ଧ୍ୟା ୫ ଟା ପରେ ଏକୁଟିଆ ଥାନାକୁ ଯିବା ଉଚିତ୍ ନୁହେଁ । ଯଦି କିଛି ଜରୁରୀ କାମ ବା ଅଭିଯୋଗ କରିବାର ଥାଏ ତେବେ ସେମାନେ ନିଜ ପରିଜନଙ୍କ ସହିତ ଥାନାକୁ ଯାଆ;ୁ । ବେବି ରାଣୀଙ୍କ ଏଭଳି ବୟାନକୁ ନେଇ ରାଜନୀତିରେ ଏବେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାକୁ ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ପ୍ରସ୍ତୁତ କରିଛନ୍ତି । ଏହାସହିିତ ପ୍ରତିଥାନାରେ ମହିଳା ପୋଲିସ ନିୟୋଜିତ କରିଛନ୍ତି । ଯଦି ମହିଳା ଜଣଙ୍କ ସନ୍ଧ୍ୟା ବା ରାତିରେ ଏକୁଟିଆ ଥାନାକୁ ନଯାଇ ପାରିବ ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଥାନାରେ ମହିଳା ଓ ଶିଶୁ ବିକାଶ ଡେସ୍କ ପ୍ରସ୍ତୁତ କରିବାର ଆବଶ୍ୟକତା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ?
ସୂଚନା ଥାଉଯେ, ବିଧାନ ସଭା ନିର୍ବାଚନ ପାଇଁ ଲୋକଙ୍କୁ ଆକୃଷ୍ଟ କରିବା ସକାଶେ ନିକଟରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପେଟ୍ରୋଲ ଓ ଡିଜେଲକୁ ନେଇ ବି ଅଜବ ବୟାନ ଦେଇଥିଲେ । ସେ କହିଥିଲେ କି ଦେଶରେ ୯୫ ପ୍ରତିଶତ ଲୋକ ପେଟ୍ରୋଲ ବ୍ୟବହାର କରୁନାହାଁନ୍ତି ଓ ଦେଶରେ ଏବେ ବି ତୈଳଦର ବହୁତ କମ୍ ରହିଛି । ସେହିଭଳି ଗତକାଲି ଆସାମ ବିଜେପି ଅଧ୍ୟକ୍ଷ କହିଥିଲେ, ପେଟ୍ରୋଲ ଦର ୨୦୦ ଟଙ୍କା ହେଲେ ସରକାର କ’ଣ ବାଇକରେ ୩ ଜଣ ଯିବାକୁ ଅନୁମତି ଦେବେ ?

Comments are closed.