ନୂଆଦିଲ୍ଲୀ : ଗୁଜୁରାଟରେ ‘ଚପ୍ପା ଚପ୍ପା ଭାଜପା’ ସ୍ଲୋଗାନ ପ୍ରାୟ ସାକାର ହେବାକୁ ଯାଉଛି । ବିଧାନସଭା ନିର୍ବାଚନରେ ବିଜେପି ବୃହତ ବିଜୟ ଆଡକୁ ଗତି କରୁଛି । ଆଜି ସକାଳ ୭ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ସକାଳ ୧୦ .୩୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ଭାରତୀୟ ଜନତା ପାର୍ଟି ୧୫୦ ଟି ଆସନରେ ଆଗୁଆ ରହିଥିଲା। ରାଜ୍ୟରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଏଥର ମାତ୍ର ୨୦ ଟି ଆସନରେ ସୀମିତ ଥିବା ଜଣାପଡିଛି। ସେହିପରି ଆମ ଆଦମୀ ପାର୍ଟି କୁ ୧୦ ରୁ ବି କମ ସିଟ ରେ ବିଜୟ ହାସଲ କରିଥିବା ଜଣା ପଡିଛି I
ଅନ୍ୟପଟେ ଗୁଜରାଟ ଫଳାଫଳକୁ ନେଇ ବିଜେପିର ଉତ୍ସାହ ଦ୍ବିଗୁଣିତ ହୋଇଛି କାରଣ ଦିଲ୍ଲୀ ଏବଂ ପଞ୍ଜାବ କୁ ନିଜ ନିୟନ୍ତ୍ରଣରେ ରଖିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ) ଗୁଜରାଟରେ ନିଜର ଯାଦୁ ଦେଖାଇ ପାରି ନାହିଁ। ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ୧୦ ରୁ କମ୍ ଆସନରେ ଆଗୁଆ ରହିଛି । ଯଦି ଏହି ଧାରା ଫଳାଫଳରେ ପରିଣତ ହୁଏ, ତେବେ ଗୁଜୁରାଟରେ ବିଜେପିର ସବୁଠାରୁ ବଡ ବିଜୟ ହେବ।
ଗୁଜରାଟରେ ୧୮୨ଟି ବିଧାନସଭା ଆସନ ପାଇଁ ଡିସେମ୍ବର ୧ ଓ ୫ ରେ ଭୋଟ ଗ୍ରହଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୩.୧୪ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୯.୧୧ ପ୍ରତିଶତ ମତଦାନ ହୋଇଥିଲା । ଏଠାରେ ୪୧୨ ପ୍ରାର୍ଥୀଙ୍କ ମୈଦାନ ରେ ଲଢୁଥିଲେ । ଭୋଟ ଗଣତି ପାଇଁ ୩୭ଟି କେନ୍ଦ୍ର କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣା ସରିବା ପରେ ଇଭିଏମ ଗଣତି ହେଉଛି । ଭୋଟ ଗଣତି ପାଇଁ କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏକଜିଟ ପୋଲର ଆକଳନ ବିଜେପି ସପକ୍ଷରେ ଯାଇଥିଲା । ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି ଶାସନରେ ରହିଥିବା ବେଳେ ଏଥର କ୍ଲିନ ସୁଇପ ଲକ୍ଷରେ ରହିଛି ବିଜେପି ।
Comments are closed.