ପଦ୍ମପୁର ଉପନିର୍ବାଚନ ପାଇଁ ସଜାଗ ହେଲା ବିଜେଡି, ୬ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ଦଳ

ଭୁବନେଶ୍ୱର: ଧାମନଗରରେ ବିଜେଡି ପରାଜିତ ହେବା ପରେ ପଦ୍ମପୁର ଉପନିର୍ବାଚନରେ ନିଜକୁ ଆଗୁଆ ସଜାଗ କରିଛି ଦଳ । ପଦ୍ମପୁର ଆସନକୁ କିପରି ହାତେଇବ ସେ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପଦ୍ମପୁର ନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି ଦଳ । ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି । ଯେଉଁମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ହେଭିେୱଟ ମନ୍ତ୍ରୀ ରହିଛନ୍ତି । ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, ନବ ଦାସ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ, ରୋହିତ ପୂଜାରୀଙ୍କୁ ଦଳ ଦାୟିତ୍ୱ ଦେଇଛି ।

ସୂଚନା ଅନୁସାରେ, ପଦ୍ମପୁରର ୩ ବ୍ଲକ ଦାୟିତ୍ୱରେ ୩ ମନ୍ତ୍ରୀ ରହିବେ । ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରହୁଥିଲା ବେଳେ ପାଇକମାଳ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ, ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ରହିବେ ।

ସେହିପରି ଜୋନସ୍ତରରେ ମଙ୍ଗ ଧରିବେ ପଶ୍ଚିମ ଓଡ଼ିଶା ନେତା । ତେବେ ସମ୍ପୂର୍ଣ୍ଣ ପ୍ରଚାରର ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଅନ୍ୟ ନେତାଙ୍କୁ ମଧ୍ୟ ଦଳ ଖୁବଶୀଘ୍ର ଦାୟିତ୍ୱ ଦେବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇବ ।

Govt

Comments are closed.