ଆଜମଗଡରେ ବିଜେପି ବାନା ଉଡାଇଲେ ନିରହୁଆ

ଆଜମଗଡ଼: ଜୁନ ୨୮: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପିର ବାଜିମାତ । ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ । ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି । ତିନି ବର୍ଷ ପୂର୍ବେ ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିରହୁଆଙ୍କୁ ଶୋଚନୀୟ ଭାବେ ହରାଇଥିଲେ । ହେଲେ ଏଥର ଉପ ନିର୍ବାଚନରେ ସପା ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିରହୁଆଙ୍କୁ ୩୧,୨,୭୬୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ସପାର ଧର୍ମେନ୍ଦ୍ର ଯାଦବଙ୍କୁ ୩୦,୪,୦୮୯ ଖଣ୍ଡ ଭୋଟ୍‌ ମିଳିଛି । ନିରହୁଆ ୮୫୦୦ ଭୋଟରେ ବିଜୟ ହାସଲ କରିଛନ୍ତି । କୁହାଯାଉଛି ବହୁଜନ ସମାଜବାଦି ପାର୍ଟି ରାମପୁରରେ ନିର୍ବାଚନ ନଲଢି ଆଜମଗଢରେ ପ୍ରାର୍ଥୀ ହେଇ ସମାଜବାଦୀ ପାର୍ଟିର ସବୁ ସମୀକରଣ ବିଗାଡି ଦେଇଛି । ଆଜମଗଡ ଆସନର ଉପ ନିର୍ବାଚନରେ ନିରହୁଆ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଡା ଟMର ଦେଖିବାକୁ ମିଳିଛି । ପ୍ରତି ରାଉଣ୍ଡ ସହ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଥିଲା । ଶେଷ ପର୍ଯ୍ୟାୟ ଭୋଟ୍‌ ଗଣତିରେ ନିରହୁଆ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିବା ସହ ବାଜି ମାରି ନେଇଛନ୍ତି ।

Comments are closed.