ବ୍ରହ୍ମପୁର :ପୀତବାସ ହତ୍ୟା ମାମଲା । ଗତକାଲି ରାତି ଅଧିଆ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇନେଇଛି ପୋଲିସ । ନିଜେ ଏସପିଙ୍କ ସହିତ ଅନ୍ୟ କେତେଜଣ କର୍ମଚାରୀ ଆସି ବିକ୍ରମ ପଣ୍ଡାଙ୍କୁ ତାଙ୍କ ଘରୁ ଡାକି ନେଇଥିଲେ । ଏହି ଘଟଣାକୁ ନେଇ ଆଜି ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ବ୍ରହ୍ମପୁର ଏସପି ଅଫିସ ଘେରାଉ ଉଦ୍ୟମ କରିଛନ୍ତି । ଏହା ସହ ବିଜେଡି ସପକ୍ଷରେ ରାସ୍ତାରେ ନାରାବାଜି କରୁଥିବାର ଦେଖାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଏସପି କରିବେ ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଛି ବ୍ରହ୍ମପୁର ପୁଲିସ । ରିଜର୍ଭ ବାରାକରେ ରଖି ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି। ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା ।
ସେପଟେ ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।
