ବିଜେଡିର ମିଶ୍ରଣ ପର୍ବ

ଆନନ୍ଦପୁର: ଫେବୃଆରୀ ୦୮: ଆନନ୍ଦପୁର ରାଜ୍ୟର ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏଥିସହ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ, କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ପ୍ରମୁଖ ଉପସ୍ତିତ ରହି ଟ୍ରକ ସଂଘ ସମ୍ପାଦକ ଶ୍ରୀ କରଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ। ତାଙ୍କର ଶତାଧିକ କର୍ମୀଙ୍କୁ ମଧ୍ୟ ଦଳକୁ ସ୍ୱାଗତ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.