ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅବହେଳାକୁ ନେଇ ବିଜେଡିର ଶୋଭାଯାତ୍ରା

ଭୁବନେଶ୍ୱର : ଡିେମ୍ବେର ୦୧: ବିଜେପି ଶାସିତ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତେ ଅଧିକ ଘର ମିଳୁଛି । ଆଉ ଓଡ଼ିଶାକୁ କମ୍‌ ଘର ମିଳୁଛି ବୋଲି ଅଭିଯୋଗ କରି ଆଜି ବିଜେଡି ଶୋଭାଯାତ୍ରା କରିଛି । ଏହି ଶୋଭାଯାତ୍ରା ବିଧାନସଭାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଛି । ଶୋଭାଯାତ୍ରାରେ ବହୁ ବିଧାୟକ ପଦ ଯାତ୍ରା କରି ରାଜଭବନ ସମ୍ମୁଖରେ ପହଞ୍ଚିଛନ୍ତି । ବିଜେଡିର ଅଭିଯୋଗ ଅନୁସାରେ, ଓଡ଼ିଶାକୁ ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୫ଲକ୍ଷ । ବାକି ୮ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖି ଜଣାଇଥିଲେ ମଧ୍ୟ କେନ୍ଦ୍ର ଶୁଣୁନାହିଁ ।

ଓଡିଶା ଏକ ବାତ୍ୟା ପ୍ରବଣ ରାଜ୍ୟ । ଏଠାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ମିଳୁନି । ଏପରିକି ଫୋନି ସହାୟତା ଘର ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ । ତେବେ ରାଜଭବନରେ ପହଞ୍ଚିବା ପରେ ବିଜେଡିର ଏକ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି । ଯଦି ଏହି ସମସ୍ୟା ଦୂର ନହୁଏ, ତେବେ ସାରା ଓଡ଼ିଶାରେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Govt

Comments are closed.