ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟିଅରିଂ କମିଟି ଗଠନ

0

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେଡି ଗଠନ କଲା ଷ୍ଟିଅରିଂ କମିଟି । ୬ ଜଣ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ଷ୍ଟିଅରିଂକମିଟି , ଜୋନାଲ କମିଟି ଓ ଲୋକଲ ଆକ୍ସନ କମିଟି ଗଠନ ହୋଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାନ ଷ୍ଟିଅରିଂ କମିଟି ସଦସ୍ୟ ଅଛନ୍ତି ।

ସେହିପରି ୬ ଟି ଜିଲ୍ଲା ପରିଷଦ ଜୋନ୍ ଓ ୪ଟି ପୌରାଞ୍ଚଳ ଜୋନ୍ ପାଇଁ ୧୦ ଜଣିଆ ଜୋନାଲ କମିଟି ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆପଡ଼ା ଏନଏସି ପାଇଁ କଳିକେଶ ନାରାୟଣ ସିଂଦେଓ ଓ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଖରିଆର ଏନଏସି ପାଇଁ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ।

ସେହିପରି ନୂଆପଡ଼ା ଓ କୋମନା ବ୍ଲକରେ ଥିବା ୬ଟି ଜିଲ୍ଲା ପରିଷଦ ଜୋନ ପାଇଁ ଜଣେ ଲେଖାଏ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ। ଏହାସହ ଲୋକାଲ ଆକ୍ସନ କମିଟିରେ ୩ ଜଣ ସଦସ୍ୟ ଅଛନ୍ତି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.