ଅଣ୍ଡାମାଡ ରାଜନୀତିକୁ ନେଇ ବର୍ଷିଲେ ଜୟ ନାରାୟଣ

ପୁରୀ: ଡିସେମ୍ବର ୦୨: ଥମୁନି ଅଣ୍ଡାମାଡ ରାଜନୀତି। ନେତାମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣାରେ ମୁହାଁମୁହିଁ ବିଜେପି-ବିଜେଡି। ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ ପରେ ପ୍ରଣବଙ୍କ ଟ୍ୱିଟର ଜବାବ ରଖିଛନ୍ତି ଜୟନାରାୟଣ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟର ଜବାବରେ ବର୍ଷିଛନ୍ତି ଜୟ ନାରାୟଣ। ଓଡିଶାର ବଡ ଠାକୁର ଜଗର୍ନ୍ନାଥଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦର ଷଡଯନ୍ତ୍ର, ରନିଭଣ୍ଡାର ଚାବି ନେଇ ସନ୍ଦେହ ଓ ମମିତା ହତ୍ୟା ମାମଲାକୁ ନେଇ ସିଧା ଟାର୍ଗେଟ କରିଛନ୍ତି ଜୟ ନାରାୟଣ। ପ୍ରଣବ ଟୁଇଟ କରି କହିଛିନ୍ତି, ଓଡିଶାବାସୀଙ୍କ ବିଶ୍ୱାସ ରହିଛି ଯିଏ ଜଗର୍ନାଥଙ୍କ ଦର୍ଶନ କରି ଆସନ୍ତି ତାଙ୍କ ପାଦ ଛୁଇଁ ନମସ୍କାର କରାଯାଏ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକୁ ଅଣ୍ଡାମାଡ କରିବା ବା ଆମିଷ ଦ୍ରବ୍ୟ ନିକ୍ଷେପ କରିବା ନିନ୍ଦନୀୟ। ଏବଂ ଏହି ଘଟଣା କୋଟି କୋଟି ଓଡିଆଙ୍କ ଭାବାବେଗକୁ ମର୍ମାହତ କରିଛି ବୋଲି ସେ କହିଛନ୍ତି।

https://twitter.com/pranabpdas/status/1351113648564031492?lang=en

Launching Ceremony of “AYUSHMAN BHARAT

Comments are closed.