ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ମାର୍ଚ୍ଚ ୦୫: ଆଜି ବିଜେଡି ତିନି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସୁଲୋଚନା ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।
ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ

କଂଗ୍ରେସ ଦଳରେ ଥିବା ସମୟରେ ସେ ଦଳର ମୁଖପାତ୍ର ଭାବେ ନିଯୁକ୍ତ ହୋଇଥିଲେ । ପରେ ସାଧାରଣ ସମ୍ପାଦିକା ମଧ୍ୟ ଥିଲେ । ୨୦୧୭ରେ ସୁଲୋଚନା ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳର ମୁଖପାତ୍ର ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରେ ସେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା ।

ସୂଚନାଯୋଗ୍ୟଯେ, ରାଜନୀତିକୁ ଆସିବା ପୂର୍ବରୁ ସୁଲୋଚନା ସାମ୍ବାଦିକତା କରୁଥିଲେ । ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲ ସହ ସେ ସଂପୃକ୍ତ ଥିଲେ ଏବଂ ଏକ ଇଂରାଜୀପୋର୍ଟାଲ୍‌ ମଧ୍ୟ ପରିଚାଳନା କରୁଥିଲେ ।

Launching Ceremony of “AYUSHMAN BHARAT

Comments are closed.