ଆଜି ଜନ୍ମଦିନ, କବିବର ରାଧାନାଥ ରାୟ

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ଜନକ ଭାବରେ ପରିଚିତ ରାଧାନାଥ ରାୟ । ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ୨୮ ସେପ୍ଟମ୍ବର ୧୮୪୮ରେ ରାଧାନାଥ ରାୟ ଜନ୍ମଗ୍ରହଣ କରିଥିଲେ । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେତେବେଳେ କଟକରେ ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ ନଥିବାରୁ କଲିକତାକୁ ଏଫ୍‌.ଏ. ପଢ଼ିବାକୁ ଯାଇଥିଲେ । ତେବେ ସେଠାରେ ରୋଗରେ ପୀଡ଼ିତ ହୋଇ ଉଚ୍ଚଶିକ୍ଷା ବନ୍ଦ କରି ଓଡ଼ିଶାକୁ ଫେରିଆସିଥିଲେ । କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ତିନି ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିଯୁକ୍ତ ହୋଇଥିଲେ । କଲେଜରେ ପଢ଼ି ନପାରିବାରୁ ସେ ନିଜେ ଘରେ ପାଠ ପଢ଼ି ଏଫ୍‌.ଏ. ପାସ୍‌ କରିଥିଲେ ଓ ବି.ଏ. ପରୀକ୍ଷାର ସମସ୍ତ ପାଠ୍ୟପୁସ୍ତକ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ ଓ ଫକୀରମୋହନ ସେନାପତିଙ୍କ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ପାଞ୍ଚ ବର୍ଷକାଳ ଚାକିରି କରିଥିଲେ । ଏହି ସମୟରେ ରେମୁଣାର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କୁ ସେ ବିବାହ କରିଥିଲେ । ଏହାପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀ ଜିଲ୍ଲାସ୍କୁଲକୁ ବଦଳି ହେଲେ । ସେଠାରେ ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେ ପୁଣି ବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକଫର ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରିଆସିଲେ । ତାଙ୍କ ସାହିତ୍ୟ ରଚନା ଓ ଓଡ଼ିଶାର ଶିକ୍ଷା ବିସ୍ତାର ନିମନ୍ତେ ବ୍ରିଟିଶ ସରକାର ତରଫରୁ ସେ “ରାୟ ବାହାଦୁର’ ଉପାଧି ପାଇଥିଲେ । ଚିଲିକା ଓ ତାଙ୍କ ରଚିତ ଦରବାର କାବ୍ୟ ବେଶ୍‌ ଲୋକପ୍ରିୟ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱରରେ ଆକ୍ରାନ୍ତ ହେବାରୁ ୧୯୦୮ ଏପ୍ରିଲ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.