ଆଜି ଜନ୍ମଦିନ,, ଗୋପାଳ ଚନ୍ଦ୍ର ପ୍ରହରାଜ

ଜଣେ ଭାରତୀୟ ଓଡ଼ିଆ ଭାଷାବିଦ୍‌, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟରଭାବେ ତାଙ୍କର ଖ୍ୟାତି ଅନେକ ଥିଲା । ତାଙ୍କର ଜନ୍ମ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ରମ୍ୟରଚନା ଓ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ । ତାଙ୍କ ରଚିତ “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମ ୧୮୭୪ ମସିହା ସେପେଫମ୍ବର ୨୭ ତାରିଖରେ ହୋଇଥିଲା । ସେ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ରେଭେନ୍ସା ମହାବିଦ୍ୟାଳୟର କଳା ବିଭାଗରେ ଅଧ୍ୟୟନ କରିଥିଲେ । ଏହାପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାସ୍‌ କରି ୧୯୦୨ ମସିହାରୁ ଓକିଲାତି ଆରମ୍ଭ କରିଥିଲେ । ସେ ମଧୁସୂଦନ ଦାସଙ୍କ ଅଧୀନରେ ଓକିଲାତି କରୁଥିଲେ । ପ୍ରହରାଜ ୧୯୦୧ ମସିହାରେ “ଉତ୍କଳ ସାହିତ୍ୟ’ ପତ୍ରିକାରେ “ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଶୀର୍ଷକରେ ରମ୍ୟରଚନା ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରେରଣାଥିଲେ ଫକୀର ମୋହନ ସେନାପତି । ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ମୁଖ୍ୟ ସଂପାଦକ ଥିଲେ । ଏହାର ବିରାଟକାୟ ସଂକଳନ କାର୍ଯ୍ୟ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିଲା । ଏଥିରେ ଓଡ଼ିଆ ସମେତ ବିଭିନ୍ନ ଭାଷାର ଶବ୍ଦ ମଧ୍ୟ ସ୍ଥାନ ପାଇଛି । ଏହି ମହାନ ଲେଖକଙ୍କର ୧୯୪୫ ମସିହା ମେ ୧୬ ତାରିଖରେ ଦେହାନ୍ତ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.