କେନ୍ଦ୍ରାପଡାରେ ବାର୍ଡ଼ ଫ୍ଲୁ ଆଶଙ୍କା

କେନ୍ଦ୍ରାପଡା: ପିପିଲି ପରେ କେନ୍ଦ୍ରାପଡାରେ ବାର୍ଡ଼ ଫ୍ଲୁ ଆତଙ୍କ । କେନ୍ଦ୍ରାପଡା ଡେରାବିଶ ବ୍ଳକ ଦୁମୁକାହାଟ ଗାଁର ଏକ ବ୍ରଏଲର୍ ଫାର୍ମରେ ଗତ ୩ ଦିନ ହେବ କୁକୁଡାଙ୍କଠାରେ ରୋଗର ଲକ୍ଷଣ ଦେଖାଦେଇଛି । କୁକୁଡା ଗୁଡିକ ସ୍ଥିର ହୋଇ ବସି ରହିବା ସହ ମୁଣ୍ଡ ମାଡି ପଡି ଯାଉଥିବା ଫାର୍ମର ମାଲିକ ପ୍ରଭାକର ଲେଙ୍କା କହିଛନ୍ତି । ଏହି ଫାର୍ମରେ ପ୍ରଥମ ଦିନରେ ୩୩ ଟି କୁକୁଡା ମରିଥିବା ବେଳେ , ଦ୍ବିତୀୟ ଦିନରେ ୬୮ ଓ ଆଜି ୧୩୭ ଗୋଟି କୁକୁଡା ମରିଛନ୍ତି । ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ଫାର୍ମ ମାଲିକ ସୂଚନା ଦେଇଛନ୍ତି । ଆଜି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ଡେଲାଙ୍ଗ ପରେ କୃଷ୍ଣପ୍ରସାଦ ବ୍ଲକ ଗଜପୁର ପଞ୍ଚାୟତରେ ବାର୍ଡ଼ ଫ୍ଲୁ ଦେଖାଦେଇଛି । ବିଭିନ୍ନ କୁକୁଡ଼ା ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡିଥିବାର ଦେଖାଯାଇଛି । ବିଭିନ୍ନ କୁକୁଡ଼ା ଫାର୍ମ ଗୁଡିକୁ ପ୍ରାଣୀ ଚିକିତ୍ସକ ମାନେ ଅନୁଧ୍ୟାନ କରୁଛନ୍ତି । କାହିଁକି କୁକୁଡ଼ା ମରୁଛନ୍ତି ଏହାର କାରଣ ଜଣ ପଡୁନଥିବାବେଳେ କୁକୁଡ଼ା ମାନଙ୍କର ମଳ ଏବଂ ରକ୍ତ ପରୀକ୍ଷା ପାଇଁ ପ୍ରାଣୀ ଚିକିତ୍ସକଙ୍କୁ ନିବେଦନ କରିଛନ୍ତି କୁକୁଡ଼ା ଚାଷୀ । ବିପୁଳ କ୍ଷତି ସହିବା ଆଶଙ୍କାରେ କୁକୁଡ଼ା ଚାଷୀ ହତାଶ ହୋଇଛନ୍ତି ।

Govt

Comments are closed.