ଥାଣେରେ ବାର୍ଡଫ୍ଲìì ସଙ୍କଟ: ୨୫ ହଜାର କୁକୁଡ଼ାକୁ ମାରିବାକୁ ଆଦେଶ

ଥାଣେ: ଫେବୃଆରୀ ୧୮: ମହାରାଷ୍ଟ୍ରର ଥାଣେଠାରେ ଥିବା ଏକ ପୌଲଟ୍ରି ଫାର୍ମ (କୁକୁଡ଼ା ଫାର୍ମ)ରେ କୁକୁଡ଼ାଙ୍କଠାରେ ବାର୍ଡଫ୍ଲì ଚିହ୍ନଟ ହୋଇଛି । ଚିହ୍ନଟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ସକାଶେ ଫାର୍ମ ନିକଟସ୍ଥ ଏକ କିଲୋମିଟର ପରିସରରେ ଥିବା ପ୍ରାୟ ୨୫ ହଜାର କୁକୁଡ଼ାକୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଥାଣେ ଜିଲ୍ଲାରେ ଥିବା ଶାହପୁର ଏକ କୁକୁଡ଼ା ଫାର୍ମରେ ଶହେ କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଟେଷ୍ଟ କରାଯିବା ପରେ ବାର୍ଡଫ୍ଲìର ଚିହ୍ନଟ ହୋଇଥିଲା ।

ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ଅଧିକାରୀ ଡା. ଭାଉସାହେବ ଡଙ୍ଗଡ଼େ କହିଛନ୍ତି ଯେ, ଶାହପୁର ତହସିଲେରେ ଥିବା ଭେହୋଲି ଗ୍ରାମରେ ଏକ ଫାର୍ମରେ ଶହେ କୁକୁଡ଼ାଙ୍କ ମୃତ୍‌ୁ୍ୟ ଖବର ମିଳିବା ପରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପୁଣେଠାରେ ଥିବା ଏକ ପରୀକ୍ଷାକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ମୃତ କୁକୁଡ଼ାଙ୍କୁ ଏଚ୍‌୫ଏନ୍‌୧ ହୋଇଛି ବୋଲି ଜଣା ପଡ଼ିଥିଲା । ଏଣୁ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଏକ କିଲୋମିଟର ପରିସରରେ ଥିବା ପ୍ରାୟ ୨୫ ହଜାର କୁକୁଡ଼ାଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଛି ।

ଅନ୍ୟପକ୍ଷରେ ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେଥିବା ପାଇଁ ଜିଲ୍ଲାର ପଶୁ ପାଳନ ବିଭାଗ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ବାର୍ଡଫ୍ଲì ସଂକ୍ରମଣ ସୂଚନା ସମ୍ପର୍କରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରାଳୟକ ସୂଚନା ଦିଆଯାଇଛି ।

Comments are closed.