ଥିରୁଅନନ୍ତପୁରମ: ଡିସେମ୍ବର ୧୦: କେରଳରେ ଦେଶର ସର୍ବଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଏବେ ବାଡଫ୍ଲìର ସଙ୍କଟ ଦେଖାଯାଇଛି । ରାଜ୍ୟର ଅଲ୍ଲାପୁଝା ଜିଲ୍ଲାର କୁଟାନାଦ ଅଞ୍ଚଳରେ ବାର୍ଡ ଫ୍ଲìର କେସ୍ ଚିହ୍ନଟ ହୋଇଥିବା ପ୍ରାଶାସନ ପକ୍ଷରୁ ସୂଚନା ମିଳିଛି । ଏହି କେସ୍ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି । କୁକୁଡ଼ା ମାସଂ ସହିତ ଅଣ୍ଡା ବିକ୍ରି ଉପରେ କଟକଣା ଲାଗିଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଶତାଧିକ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦଳ ଗଠନ କରଯାଇଛି । ସଂକ୍ରମିତ ଅଞ୍ଚଳର ୧ କିମି ଅଞ୍ଚଳ ମଧ୍ୟରେ ଏହି ଅଭିଯାନ ଚାଲିବ ।
ସୂଚନା ଅନୁସାରେ, ଥାକାଜୟ ପଞ୍ଚାୟତରେ ପ୍ରଥମେ ଶତାଧିକ ବତକ ରହସ୍ୟଜନକ ଭାବେ ପ୍ରାଣ ହରାଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ କିଛି ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ଭୋପାଲରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ବତକ ଓ କୁକୁଡ଼ାମାନେ ବାର୍ଡ ଫ୍ଲìରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ରିପୋର୍ଟ ଆସିବା ମାତ୍ରେ ସରକାର ସ୍ୱତନ୍ତ୍ର ଦଳ ଗଠନ କରି ଅଭିଯାନ ଆରମ୍ଭ କରିଦେଇଥିଲେ । ସଂକ୍ରମିତ ଯେପରି ନବ୍ୟାପିବ ସେଥିପ୍ରତି ସତର୍କ ଅବଲମ୍ବନ ମଧ୍ୟ କରାଯାଇଛି । ଚଳିତ ବର୍ଷ ମଧ୍ୟ ଭାଗରେ କେରଳରେ ବାର୍ଡ ଫ୍ଲìର ଚିହ୍ନଟ ହୋଇଥିଲା । ଏଥିରେ ବହୁ ଲୋକ ସଂକ୍ରମିତ ହେବା ସହିତ ମୃତୁ୍ୟବରଣ କରିଥିଲେ । ଏଣୁ ଏଥର ଯେପରି ସଂକ୍ରମିତ ନବ୍ୟାପେ, ସେଥିପ୍ରତି ପ୍ରଶାସନ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ କରିଛନ୍ତି ।

Comments are closed.