ମୁମ୍ୱାଇ: ଜୁନ ୨୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟିଙ୍କ ଜନ୍ମ ଶତବାର୍ଷିକିରେ ତାଙ୍କ ପାଇଁ ଏକ ନିଆରା ଭେଟି । ତାଙ୍କ ଜୀବନି ଉପରେ ତିଆରି ହୋଇଥିବା ଏକ ହିନ୍ଦି ଚଳଚ୍ଚିତ୍ର ଆରମ୍ଭ ହେବାକୁ ଯାଉଛି । ଅଟଳ ବିହାରୀ ବାଜପେୟିଙ୍କ ଉପରେ ତିଆରି ହୋଇଥିବା ସିନେମାର ନାଁ ଅଟଳ ରହିଛି । ଏହି ସିନେମାକୁ ତିଆରି କରିବା ପାଇଁ ଦୁଇଜଣ ବରିଷ୍ଠ ସିନେ ନିର୍ମାତା ବିନୋଦ ଭାନୁଶାଲୀ ଓ ସନ୍ଦୀପ ସିଂହ ହାତ ମିଳାଇଛନ୍ତି । ସନ୍ଦୀପ ସିଂହ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ ପିଏମ ନରେନ୍ଦ୍ର ମୋଦୀ ସିନେମା ନିର୍ମାଣ କରିଛନ୍ତି । ଅଟଳଙ୍କ ଭୂମିକାରେ କେଉଁ କଳାକାର ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ଆଜୀବନ ଅବିବାହିତ ଥିବା ଅଟଳ ବିହାରୀ ବାଜପେୟୀ କ୍ଷମତାକୁ ଆସିବା ପୂର୍ବରୁ ବିରୋଧି ଦଳ ନେତା ଭାବେ ଖୁବ୍ ସମ୍ମାନ ପାଇଛନ୍ତି । ସେ ପ୍ରଥମ ଥର ପାଇଁ ଜାତି ସଂଘରେ ହିନ୍ଦିରେ ଭାଷଣ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ ।

Comments are closed.