ସମସ୍ତ ପଞ୍ଚାୟତରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ

0

ଭୁବନେଶ୍ଵର:ପଞ୍ଚାୟତ ଗୁଡିକରେ ଏଣିକି କଡାକଡି ହେବ କାର୍ୟାଳୟ ଉପସ୍ଥାପନ । ଆଉ ଠକେଇ କରି ପାରିବେନାହିଁ କର୍ମଚାରୀ । ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ଉପସ୍ଥାନ । ସମସ୍ତ କର୍ମଚାରୀଙ୍କ ଲାଗି ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ନିର୍ଦ୍ଦେଶନାମାରେ କୁହାଯାଇଛି, ଜନସାଧାରଣଙ୍କୁ ସମୟରେ ସେବା ଯୋଗାଇବା ଲାଗି ଉତ୍ତରଦାୟୀ, ସ୍ଵଚ୍ଛତା ଓ ଦକ୍ଷତା ରହିବା ଦରକାର । ଏଥିପାଇଁ ସମୟାନୁବର୍ତ୍ତିତା ଆବଶ୍ୟକ । ଆଉ ଏଥିପାଇଁ କାର୍ଯ୍ୟାଳୟରେ ସମୟରେ ଉପସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ । ଏହା ସରକାରୀ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଲୋକଙ୍କୁ ସନ୍ତୁଷ୍ଟି ଦେବ ।

ଏହାକୁ ନଜରରେ ରଖି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (BAS) ସମସ୍ତ ସରକାରୀ ସଂସ୍ଥାରେ ଲାଗୁଛି । ଯେଉଁଥିରେ କର୍ମଚାରୀଙ୍କ ଉପସ୍ଥାନର ସଦ୍ୟ ତଥ୍ୟ ମିଳି ପାରୁଛି । ଏହାଦ୍ଵାରା ଉପସ୍ଥାନରେ ଅସଙ୍ଗତି ହେବ ନାହିଁ । ସମୟାନୁବର୍ତ୍ତିତା ସହ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିବ । ତେଣୁ ଜିଲ୍ଲାରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Govt
Leave A Reply

Your email address will not be published.