ବିହାର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ପାଞ୍ଚ କୋଟି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ

ବିହାର :ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ରେଡ I ଭିଜିଲାନ୍ସ ରେଡ ବେଳେ ଯନ୍ତ୍ରୀ ଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା । ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ରାୟଙ୍କ ଘରେ ଏହି ଚଢ଼ାଉ ହୋଇଥିଲା I ଚଢାଉ ବେଳେ ୧କୋଟି ନଗଦ ଟଙ୍କା ଜବତ ହୋଇଛି ।

ସୂଚନାନୁସାରେ, ଗ୍ରାମ୍ୟଉନ୍ନୟନ ବିଭାଗ କିଶନଗଞ୍ଜ ର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ସଞ୍ଜୟ କୁମାର ରାୟଙ୍କ ବିରୋଧରେ ଭିଜିଲାନ୍ସ ନିକଟ ରେ ଅଭିଯୋଗ ହେଇ ଆସୁଥିଲା I ଏହି ଘଟଣାରେ ଶନିବାର ଦିନ ଭିଜିଲାନ୍ସ ଟିମ୍ କିଶନଗଞ୍ଜ ଏବଂ ପାଟନାରେ ସଞ୍ଜୟ ରାୟଙ୍କ ବାସସ୍ଥାନ ଉପରେ ଚଢ଼ାଉ କରିଥିଲେ । ସେହି ସମୟରେ ଭିଜିଲାନ୍ସ କୁ ସୂଚନା ମିଳିଥିଲା କି ସେ ନିଜର ସମସ୍ତ କଳାଧନ ତାଙ୍କ ଜୁନିୟର ଇଞ୍ଜିନିୟର ଏବଂ କ୍ୟାସିଅର୍ ଙ୍କ ଘରେ ଲୁଚାଇ ରଖିଛନ୍ତି I ଏହା ପରେ ଭିଜିଲାନ୍ସ ପାଟନା ସ୍ଥିତ ଘରେ ଚଢ଼ାଉ କରି ନଗଦ ୪ କୋଟି ଟଙ୍କା ସମେତ ବିପୁଳ ପରିମାଣରେ ସୁନା ଗହଣା ଜବତ କରିଛି । ଏ ପର୍ଯ୍ୟନ୍ତ ଟଙ୍କା ଗଣା ଚାଲିଛି,ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି। I ଭିଜିଲାନ୍ସ ଡିଏସପି ସୁଜିତ ସାଗର ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ତଦନ୍ତ ଚାଲିଥିବା ସହ ସଂଜୟ କୁମାର ରାୟଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି । ଭିଜିଲାନ୍ସ ଟିମ ର ୧୩ ଜଣ ଅଧିକାରୀ ଏହି ଚଢ଼ାଉ ରେ ସାମିଲ ଅଛନ୍ତି I

ସୂଚନାନୁସାରେ ବିହାରରେ ବର୍ତ୍ତମାନ ଚଢ଼ାଉ ଜୋର ଧରିଛି । ଏହାପୂର୍ବରୁ ବିହାରର ଆରଜେଡି ନେତାଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା I ସିବିଆଇ ଆରଜେଡି କୋଷାଧ୍ୟକ୍ଷ ତଥା ଏମଏଲସି ସୁନୀଲ ସିଂ, ପୂର୍ବତନ ଏମଏଲସି ସୁବୋଧ ରାୟ, ସାଂସଦ ଫାୟାଜ ଅହମ୍ମଦ ଏବଂ ଆଶଫାକ କରିମଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା I

Launching Ceremony of “AYUSHMAN BHARAT

Comments are closed.