ପାଟନା: ବିହାର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋର୍ ଟେଷ୍ଟ୍’ପୂର୍ବରୁ ଆଜି ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କି;ୁ କେହିଜଣେ ମୋ ନାଁରେ ବିଚାରହୀନ ଭାବେ ମିଥ୍ୟା ଅଭିଯୋଗ କଲେ । ଅଭିଯୋଗର ମୁକାବିଲା କରିବା ପାଇଁ ଇସ୍ତଫା ଦେଇ ନ ଥିଲି ।
ବିଧାନସଭାରେ କହିବା ବେଳେ ବିଦାୟୀ ବାଚସ୍ପତି ବିଜୟ କୁମାର କହିଲେ, ମୋ ନାଁରେ ଆଗତ ଅନାସ୍ଥା ପ୍ରସ୍ତାବ ସନ୍ଦେହଜନକ ଏବଂ ୯ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୮ଜଣଙ୍କ ଚିଠି ନୀତିନିୟମ ଆଧାରିତ ନୁହେଁ ।
ସୂଚନା ଅନୁସାରେ, ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବା ଫ୍ଲୋର୍ ଟେଷ୍ଟ ସମୟରେ ବିହାରର ନୂତନ ସରକାର ବିଧାନସଭାରେ ଆତ୍ମବିଶ୍ୱାସର ଭୋଟ୍ ଗ୍ରହଣ କରିଥାନ୍ତେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଏହି ମିଳିତ ସରକାର ୧୬୪ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଠାରେ ବିରୋଧୀ ଦଳର ଭାରତୀୟ ଜନତା ପାର୍ଟି (ବିଜେପି) ର ୭୬ ଜଣ ବିଧାୟକ ଅଛନ୍ତି । ତେବେ ଏହାପୂର୍ବରୁ ବିଧାନସଭା ଅଧିବେଶନରେ ବାଚସ୍ପତି ବିଜୟ କୁମାର ଏହି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଡେପୁଟି ବାଚସ୍ପତି ମହେଶ୍ୱର ହଜାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Comments are closed.