ପୋର୍ଟାଲ ‘ ବିଦ୍ୟାଦାନ ୨.୦’ ମାଧ୍ୟମରେ ହେବ ପାଠପଢ଼ା

ସମୟ ଲାଇଭ,୨୩/୪: ଦେଶରେ ଲକ୍‍ ଡ଼ାଉନ୍‍ ଜାରି ରହିଥିବାବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାନବ ସଂଶାଧନ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଅନଲାଇନ୍‍ ଶିକ୍ଷାଦାନକୁ ସୁଦୃଢ଼ କରିବା ପାଇଁ ତଥା ପାଠ୍ୟ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ବିକଶିତ କରାଯାଇଛି। ଏହି ପୋର୍ଟାଲର ନାମ ‘ ବିଦ୍ୟାଦାନ ୨.୦’ ରହିଛି। ତେବେ ବିଦ୍ୟାଦାନ ୨.୦ ଏକ ଜାତୀୟ ଅଭିଯାନ ହୋଇଥିବାବେଳେ ଏଥିରେ ବିଭିନ୍ନ ଶିକ୍ଷାବିତ୍‍ ଓ ସଙ୍ଗଠନଗୁଡ଼ିକ ଯୋଡ଼ାଯିବ।। ତେବେ ପାଠ୍ୟ ସାମଗ୍ରୀ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇପାରିବ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ଏହି ପୋର୍ଟାଲ୍‍।
ପାଠ୍ୟକ୍ରମ ଅନୁସାରେ ଇ-ଲର୍ଣ୍ଣିଂ ସାମଗ୍ରୀ ବିକଶିତ କରିବା ସହ ଶିକ୍ଷାବିତ୍‍ଙ୍କ ଦ୍ୱାରା ବ୍ୟାଖ୍ୟାତ୍ମକ ଭିଡ଼ିଓ, ଆନିମେଶନ, ପ୍ରଶ୍ନ ବ୍ୟାଙ୍କ ଆଦି ଏଥିରେ ଉପଲବ୍ଧ ହେବ।ଲକ୍‍ ଡ଼ାଉନରେ ଅନଲାଇନ୍‍ ଶିକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ବୋଲି କେନ୍ଦ୍ର ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ କହିଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜ ସୁବିଧା ଅନୁସାରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି

Govt

Comments are closed.