ବିବାହ କରିବେ ବିଦ୍ୟୁତ ଜାମୱାଲ ଓ ନନ୍ଦିତା

ମୁମ୍ବାଇ: ଜୁଲାଇ ୧୩: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଆଉ ଗୋଟେ ସେଲିବ୍ରିଟି କପଲ । ବିବାହ ସିଜିନରେ ନିଜକୁ ସାମିଲ କରିବେ ବିଦ୍ୟୁତ ଜାମୱାଲ । ଗତ ବର୍ଷ ନନ୍ଦିତା ମହତାନୀଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ଉଭୟ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ବର୍ତ୍ତମାନ ଶୁଣିବାକୁ ମିଳିଛି କି ତାଙ୍କ ବିବାହର ପ୍ରସ୍ତୁତି ଚାଲିଛି । ଏ ମାସରେ ହିଁ ଉଭୟଙ୍କର ହାତଗଣ୍ଠି ପଡିବ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ କୁହାଯାଇଛି କି ସେ ଏବେ ଲଣ୍ଡନରେ ତାଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ଗ୍ରାଣ୍ଡ କରିବା ପାଇଁ ଉଭୟ ଯୋଗାଡରେ ଲାଗି ପଡିଛନ୍ତି । ୧୫ ତାରିଖ ଭିତରେ ତାଙ୍କ ବିବାହ ହେବ ବୋଲି ଅନୁମାନ କରାଯାଉଛି ।

Govt

Comments are closed.