ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅଧ୍ୟକ୍ଷ ପଦରୁ ବହିଷ୍କୃତ । ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ଅଭିଯୋଗରେ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କୁ ବୁଧବାର ବହିଷ୍କୃତ କରାଯାଇଛି । ତାଙ୍କ ବିରୋଧରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଓଡ଼ିଶା ମ୍ୟୁନିସିପାଲ ଆଇନ ଅନୁଯାୟୀ ୧୯୫୦ (୧୯୫୦ର ଓଡ଼ିଶା ଆଇନ ୨୩)ର ଧାରା ୫୩ର ଉପଧାରା (୧) ଅନୁଯାୟୀ ତଦନ୍ତ କରାଯାଇଥିଲା। ଏହା ପୂର୍ବରୁ ତାଙ୍କୁ କାହିଁକି ରାଜ୍ୟ ସରକାର ବହିଷ୍କାର କରୁନାହାନ୍ତି ବୋଲି ଜବାବ ରଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ ଜୁନ ୨୦୨୫ରେ ନୋଟିସ୍ କରାଯାଇଥିଲା।

Comments are closed.