ମୁମ୍ବାଇ: ଜୁନ ୨୫: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍ ଭୁଲେୟାଁ-୨ ଗତ ମାସରେ ରିଲିଜ୍ ହୋଇଥିଲା । ତେବେ ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳ ହେଇନଥିଲେ ବି କିଛିକାଂଶରେ ଭଲ ପ୍ରଦର୍ଶନ କରିଛି । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି । କି;ୁ କାର୍ତ୍ତିକ ଅପେକ୍ଷା କରିଛନ୍ତି ଯେ ଫିଲ୍ମଟି ୨୦୦ କୋଟି ଅତିକ୍ରମ କରିବ । ଫିଲ୍ମର ସଫଳତା ପାଇଁ କାର୍ତ୍ତିକଙ୍କୁ ଶ୍ରେୟ ଦିଆଯାଇ ଖୁବ୍ ପ୍ରଶଂସା କରୁଛନ୍ତି । ଏହି କାରଣରୁ ନିର୍ମାତା ଭୂଷଣ କୁମାର କାର୍ତ୍ତିକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ବାସ୍ତବରେ କାର୍ତ୍ତିକ ଭୂଷଣ କୁମାର ଏବଂ ତାଙ୍କ ଉପହାର ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କାର୍ତ୍ତିକ ଏବଂ ଭୂଷଣ କୁମାର ଏକାଠି ଠିଆ ହୋଇଛନ୍ତି ଏବଂ ପଛରେ କାର ରହିଛି । କାର୍ତ୍ତିକ ଫଟୋର କ୍ୟାପସନରେ ଲେଖିଛନ୍ତି, ଚାଇନିଜ୍ ଖାଦ୍ୟ ପାଇଁ ଏକ ନୂଆ ଟେବୁଲ୍ ଉପହାର ପାଇଛି । ମୁଁ ଶୁଣିଥିଲି ଯେ ପରିଶ୍ରମର ଫଳ ମିଠା, କି;ୁ ଜାଣି ନଥିଲି ଯେ ଏହା ଏତେ ବଡ ହେବ । ମୋ ପାଖରେ ଭାରତର ପ୍ରଥମ ମ୍ୟାକ୍ଲେରେନ୍ ଜିଟି । ପରବର୍ତ୍ତୀ ଗିଫଫ ପ୍ରାଇଭେଟ୍ ଜେଟ୍ ସାର୍ । ତେବେ କାରଟି ସାଧାରଣ ନୁହେଁ ଏହାର ମୂଲ୍ୟ ୩ କୋଟିରୁ ଅଧିକ । ଏହା ହେଉଛି ପ୍ରଥମ କାର ଯାହା ଭାରତରେ ପହଞ୍ଚିଛି । କାର୍ତ୍ତିକ ବର୍ତ୍ତମାନ ଶେହଜାଦା, କ୍ୟାପଟେନ ଇଣ୍ଡିଆ, ସତ୍ୟନାରାୟଣ କି କଥା ଏବଂ ଫ୍ରେଡି ଚଳଚ୍ଚିତ୍ରରେ ନଜର ଆସିବେ । କାର୍ତ୍ତିକ କ୍ୟାପଟେନ ଇଣ୍ଡିଆ ମାଧ୍ୟମରେ ପ୍ରଥମ ଥର ପାଇଁ କ୍ୟାପଟେନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ କାର୍ତ୍ତିକ ଏବଂ କିଆରାଙ୍କ ଯୋଡିକୁ ପୁଣି ଥରେ ସତ୍ୟନାରାୟଣ କି କଥାରେ ଦେକିବାକୁ ମିଳିବ ।
Comments are closed.