ରାଉକେଲାରୁ ବିମାନ ଉଡ଼ିବ: ୩୧ରୁ ଭୁବନେଶ୍ୱର-ଜୟପୁର ବିମାନସେବା ଆରମ୍ଭ

ଜୟପୁର/ରାଉରକେଲା : ଖୁବ୍‌ ଶିଘ୍ର ରାଉକେଲାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଟିଆ ଲିମିଟେଡ୍‌(ସେଲ୍‌) ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଏଥିପାଇଁ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ୱରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍ରୁ ଅନ୍ଲାଇନ୍‌ ଟିକେଟ କରିଥିବା ଜଣାପଡ଼ିଛି । ଏଥିସହ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍‌ ଭାବେ ବିମାନରେ ଭୁବନେଶ୍ୱରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି ।

ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ୱର, ଭୁବନେଶ୍ୱର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Govt

Comments are closed.