ରାତି ପାହିଲେ ସାଧାରଣତନ୍ତ୍ର ଦିବସ, ସଜେଇ ହେଇଛି ରାଜଧାନୀ

ଭୁବନେଶ୍ୱର:ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ରାଜଧାନୀ ଭୁବନେଶ୍ଵର ମଧ୍ୟ ଆଲୋକମାଳାରେ ସଜେଇ ହୋଇଛି । ଏଠାରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତ୍ରିରଙ୍ଗା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଆସନ୍ତାକାଲି ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇ ପାଳନ ହେବ ୭୬ ତମ ସାଧାରଣତନ୍ତ୍ର ଦିବସ ।
ପ୍ରତିବର୍ଷ ଜାନୁଆରୀ ୨୬ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଆସନ୍ତାକାଲି ଏହି ଦିନଟିକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ଶେଷ ହୋଇଛି ପ୍ରସ୍ତୁତି । ରାତି ପାହିଲେ ସବୁଠି ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ଭୁବନେଶ୍ଵରର ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ ମୁଖ୍ୟାଳୟ, ରେଳ ଷ୍ଚେସନ, ପୂର୍ବତଟ ରେଳ ମୁଖ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଓସିଏଲ କାର୍ଯ୍ୟାଳୟ ସମେତ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କୋଠା, ରାସ୍ତା, ମନ୍ଦିର ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ଯାହା ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି । 

Govt

Comments are closed.