ଭୁବନେଶ୍ୱର: ମାର୍ଚ୍ଚ ୦୨: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ ହୋଇଛି । ଏଥିସହିତ ଲିଙ୍କ୍ ୪ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୪ଜଣ ଅଭିଯୁକ୍ତି ୩୨ କେଜି ସୁନା ନେଇ ଯାଉଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଜିଆରପି ପୋଲିସ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିଥିଲେ । ଏହାପରେ ସେମାନଙ୍କଠାରୁ ୩୨ କେଜିର ସୁନା ଅଳଙ୍କାର ଜବତ ହୋଇଥିଲା । ଯାହାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି ।
ତେବେ ଏତେ ପରିମାଣର ସୁନା କେଉଁଠୁ ଆଣୁଥିଲେ ତଥା କାହାପାଇଁ ଆଣୁଥିଲେ କିଛି ସ୍ପଷ୍ଟ ହୋଇନି । ପ୍ରାଥମିକ ତଦନ୍ତରୁ ୪ ଅଭିଯୁକ୍ତିମାନେ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ଓ ସେମାନେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ବିକ୍ରି କରିବା ଉଦ୍ଦେଶ୍ୟରେ ଆସିଥିବା କଥା କହିଛନ୍ତି । ହେଲେ ଏତେ ଟଙ୍କାର ସୁନା ଆଣିଥିବା ବେଳେ ସେ ସମ୍ପର୍କିିତ କାଗଜପତ୍ର ଦେଖାଇ ପାରୁନାହାନ୍ତି ଅଭିଯୁକ୍ତମାନେ ।

Comments are closed.