କେନ୍ଦ୍ରପଡ଼ା: ବିଳାସପୂର୍ଣ୍ଣ ରେସ୍ତୋରାଁ, ମନୋରଞ୍ଜନ ପାଇଁ ବ୍ୟାଟେରୀ ବୋଟ୍, ନର୍ସରୀ ଆଦି ସ୍ୱତନ୍ତ୍ର ଆୟୋଜନ ସହିତ ଆଜିଠାରୁ ଭିତରକନିକା ଅଭ୍ୟାରଣ୍ୟ ଖୋଲଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ୱତନ୍ତ୍ର ଆଯୋଜନ ପ୍ରସ୍ତୁତ କରାଯାଇଛି । ତେବେ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାକୁ ୩ ମାସ ପାଇଁ ବନ୍ଦ କରାଯାଇଥିଲା ।

ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ପର୍ଯ୍ୟଟକ ଆସିବାର ସୁବିଧା କରାଯାଇଛି । ଏହାବ୍ୟତି ତ ରାତ୍ରିଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍ ବ୍ୟବସ୍ଥା ହୋଇଛି ।
ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି, ପଲିଥିନ୍ ମୁକ୍ତ ଅଞ୍ଚଳ ପାଇଁ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାକୁ କାର୍ଯ୍ୟକାରୀ କରାଯିବ । ଏହାବ୍ୟତିତ କୋଭିଡ୍ ନିୟମ ମାନି ପର୍ଯ୍ୟଟକମାନେ ଆସିବେ ବୋଲି ଆଶା ରଖାଯାଇଛି । ଡାଙ୍ଗମାଳରେ ଏକ ନୂଆ କ୍ୟାଫେ ଖୋଲିଛି । ଏହା ସହିତ ବୋଟ୍ ଲାଇବ୍ରେରୀ ମଧ୍ୟ ତିଆରି ହୋଇଛି । ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ ।

Comments are closed.