ଦିନ ବେଳା ଭାରୀଯାନ ଚଳାଚଳକୁ ନେଇ ଭବାନୀପାଟଣା ସହରରେ ବିରୋଧ

ଭବାନୀପାଟଣା : ସହରରେ ଦିନବେଳା ଭାରୀଯାନ ଚଳାଚଳ ନିଷେଧ ଥିବା ସତ୍ତେ୍ୱ ଭାରୀ ଟ୍ରକ୍‌ ଚାଲୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ବ୍ୟସ୍ତବହୁଳ ଭବନୀପାଟଣା ସହରର ରାସ୍ତାରେ ଦୁର୍ଘଟଣା ଘଟୁଛି । ଏମିତି ପ୍ରତିବାଦ ସ୍ୱରୂପ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନିକଟରେ ଭବାନୀପାଟଣା ସହରର ବାଲାଜୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ସାମ୍ନା ସଡ଼କ ଉପରେ ସହର ଭିତରକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସ୍କୁଟି ଯାଉଥିବା ମା ଓ ଝୀଅଙ୍କ ଉପରେ ମାଡିଗଲା । ଫଳତଃ ଘଟଣା ସ୍ଥଳରେ ମା’ର ମୃତୁ୍ୟ ହେଳା ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ମରଣ ସଙ୍ଗେ ସଂଗ୍ରାମ କରୁଛି । ଭବାନୀପାଟଣା ସହରରେ ଏହି ଘଟଣା ନୂଆଁ ନୁହେଁ । ଆଗରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି ।

ଅନେକ ଦିନ ଆଗରୁ ବାଇପାସ୍‌ ରାସ୍ତା କରାଯିବା ପ୍ରସ୍ତାବ ଗୃହୀତ ହୋଇ କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁଃଖଦ । ଏହି ଆକସ୍ମିକ ଦୁର୍ଘଟଣାରେ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇ ଶୋକ ସନ୍ତପ୍ତ ପରିବାର କାରରୁ ସାନ୍ତ୍ୱନା ପ୍ରଦାନ କରାଯାଇଛି । ବାଇପାସ୍‌ ରାସ୍ତା ଶୀଘ୍ର ନୀର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଠାରେ ଦାବୀ କରାଗଲା । ଦିନବେଳା ସହର ମଧ୍ୟରେ ଭାରୀଯାନ ଚଳାଚଳ ନିଷିଦ୍ଧ ଥିବା ସେ‰ କେଉଁ ଅଧିକାରୀଙ୍କ ଅବହେଳାରୁ ଦୁର୍ଘଟଣା ଘଟିଲା ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ସଂପାଦକ ଭଗୀରଥି ଭୋଇ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଠାରେ ଦୃଢଦାବୀ ଉପସ୍ଥାପନ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.