ସାମ୍ନାକୁ ଆସିଲା ଭାରତୀ ସିଂଙ୍କ ପୁଅ ଲକ୍ଷର ଚେହେରା

ମୁମ୍ୱାଇ: ଜୁଲାଇ ୧୨: ପୁଅ ଗୋଲାର ମୁହଁକୁ ରିଭିଲ କଲେ, କମେଡି କୁଇନ ଭାରତୀ ସିଂହ । ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଟେଲିଭିଜନ ଦୁନିଆର ପପୁଲାର କପଲ ଭାବେ ଜଣାଶୁଣା । ଚଳିତ ବର୍ଷ ଏପ୍ରିଲ ମାସରେ ହର୍ଷ ଏବଂ ଭାରତୀଙ୍କ ଘରଙ୍କୁ କୁନି ଅତିଥି ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ପୁଅର ଚେହେରା ଉପରୁ ପର୍ଦ୍ଦା ହଟାଇଛନ୍ତି । ପୁଅର ଜନ୍ମ ପରେ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା କହିଥିଲେ ଯେ ଶିଶୁର ନାମ ଗୋଲା । କେବଳ ଏତିକି ନୁହେଁ, ଭାରତୀ ତାଙ୍କ ପୁଅର ନକଲି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ସେ ନିଜ ପୁଅର ଅସଲି ନାମ ଲକ୍ଷ ବୋଲି କହିଥିଲେ । ତେବେ ଭାରତୀଙ୍କ ପୁଅର ଅନେକ ନକଲି ଫଟୋ ଭାଇରାଲ ପରେ ସେ ନିଜେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ପୁଅର ମୁହଁକୁ ରିଭିଲ୍‌ କରିଛନ୍ତି ।

Govt

Comments are closed.