ଭୁବନେଶ୍ବର : ବହୁଚର୍ଚ୍ଚିତ ଭରତପୁର ଥାନା ମେଜର-ବାନ୍ଧବୀ ବିବାଦ । ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଵୈଶାଳିନୀ ପଣ୍ଡା, ଏଏସଆଇ ସାଗରିକ ରଥ, ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନେଷ୍ଟବଳଙ୍କ ଉପରୁ ନିଲମ୍ବନ ହଠିଛି । ତେବେ IIC ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଉଠିନାହିଁ । ଦୀନକୃଷ୍ଣ ମିଶ୍ରଙ୍କ ଉପରେ ବଳବତ୍ତର ରହିଛି ନିଲମ୍ବନ ଆଦେଶ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ.ଦେବଦତ୍ତ ସିଂ।
ସୂଚନାନୁସାରେ , ଗତବର୍ଷ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତିରେ ଭରତପୁରରେ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ଯୁବକ ଅସଦାଚରଣ ଉଦ୍ୟମ କରିଥିଲେ । ଏହି ଘଟଣାକୁ ଭରତପୁର ଥାନାକୁ ରିପୋର୍ଟ ଲେଖାଇବାକୁ ଯାଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ଏହି ସମୟରେ ଥାନା ଭିତରେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଥିଲା । ମେଜରଙ୍କୁ ରାତିସାରା ଥାନା ଲକଅପ୍ରେ ବନ୍ଦ କରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମେଜରଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଚିକିତ୍ସା ପାଇଁ ତାଙ୍କ ବାନ୍ଧବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଆଉ ତଦନ୍ତକ୍ରମେ ଚାରି ପୋଲିସ କର୍ମଚାରୀଙ୍କ ଉପରେ ନିଲମ୍ବନ କରାଯାଇଥିଲା।

Comments are closed.