ଭରତପୁର ଥାନା ବିବାଦ ଘଟଣା ଆଜି ହେବ ଶୁଣାଣି

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନା ପୋଲିସ ଓ ସେନା ଅଧିକାରୀ ବିବାଦ ମାମଲା । ବୁଧବାର ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ଆଗରେ ଆରମ୍ଭ ହେବ ଶୁଣାଣି । ଶୁଣାଣିରେ ଯୋଗଦେବେ ନିଲମ୍ବିତ ପୋଲିସ ଅଧିକାରୀ , କ୍ୟାପଟେନ ଓ ବାନ୍ଧବୀ । ଶୁଣାଣିରେ ଉପସ୍ଥିତ ରହିବେ ନିଲମ୍ବିତ ପୋଲିସ ଅଧିକାରୀ, କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ଶୁଣାଣି ବେଳେ ଉଭୟଙ୍କ ପକ୍ଷର ଓକିଲ ମଧ୍ୟ କମିଶନଙ୍କ ନିକଟରେ ଉପସ୍ଥିତ ରହିବେ

ସୂଚନାନୁସାରେ,ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିବା ବେଳେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟ ତଥା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.