ଉତ୍ତରପ୍ରଦେଶରେ ବିଜେପିର ସ୍ଥିର ସରକାର

ନୂଆଦିଲ୍ଲୀ : ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । ୨୦୧୭ ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୨ ମସିହା ପରେ ବିଜେପି ଉତ୍ତରପ୍ରଦେଶରେ ଶାସନକୁ ଫେରିଥିଲା । ଏହା ପୂର୍ବରୁ ସମାଜବାଦୀ ପାର୍ଟି ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଶାସନରେ ଥିଲା । ଅଖିଳେଶ ଯାଦବ ଥିଲେ ମୁଖ୍ୟମନ୍ତ୍ରୀ ।

୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଥିଲେ ମୁଖ୍ୟମନ୍ତ୍ରୀ ।

ଉତ୍ତରପ୍ରଦେଶରେ ବିଜେପିର ସ୍ଥିର ସରକାର
ମାୟାବତୀ

୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ପଦ । ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ ସିଂହ ଯାଦବ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦୨ରୁ ୨୦୦୩ ବହୁଜନ ସମାଜ ପାର୍ଟିର ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ପୂର୍ବରୁ ୨୦୦୨ ମସିହାରେ ଦୁଇ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ୧୯୯୭ରୁ ୨୦୦୨ ମଧ୍ୟରେ ବିଜେପିର ତିନି ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । କଲ୍ୟାଣ ସିଂହ ଦୁଇ ବର୍ଷ, ରାମ ପ୍ରକାଶ ଗୁପ୍ତା ବର୍ଷେ ଓ ରାଜନାଥ ସିଂହ ଦୁଇ ବର୍ଷ ପାଇଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୭ରେ ସମାଜବାଦୀ ପାର୍ଟିର ମାୟାବତୀ ମାତ୍ର ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୯୯୫ରୁ ୧୯୯୭ ମଧ୍ୟରେ ଦୁଇଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ୧୯୯୫ରେ ମାୟାବତୀ ୪ ମାସ ପାଇଁ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୯୩ରୁ ୧୯୯୫ ମଧ୍ୟରେ ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଦେଢ ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୨ରୁ ୧୯୯୩ ଏକ ବର୍ଷ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । ୧୯୯୧ରେ କଲ୍ୟାଣ ସିଂହ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମାତ୍ର ଦେଢ ବର୍ଷ ପାଇଁ ଏହି ପଦରେ ରହିଥିଲେ । ତେବେ ସେ ହିଁ ଶାସନରେ ପକାଇଥିଲେ ବିଜେପିର ମୁଳଦୁଆ ।

ଉତ୍ତରପ୍ରଦେଶରେ ବିଜେପିର ସ୍ଥିର ସରକାର
ମୁଲାୟମ ସିଂହ ଯାଦବ

ତା ପୂର୍ବରୁ ଜନତା ଦଳ ନେତା ମୁଲାୟମ ସିଂହ ଯାଦବ ୧୯୮୯ରେ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଏହା ଥିଲା କଂଗ୍ରେସର ଗଡ । ସ୍ୱାଧୀନତା ପରେ କଂଗ୍ରେସ ଅକ୍ତିଆରରେ ଥିଲା ଉତ୍ତରପ୍ରଦେଶ । ୧୯୭୭ ରେ ଦୁଇ ବର୍ଷ ପାଇଁ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଭାରତୀୟ କ୍ରାନ୍ତି ଦଳ ନେତା ଚରଣ ସିଂହ ୧୯୬୭ ଓ ୧୯୭୦ରେ ଦୁଇଟି ପାଳିରେ ମାତ୍ର ବର୍ଷେ ଆଠ ମାସ ମୁଖ୍ୟମନ୍ତ୍ରୀ ରହିଥିଲେ ।କଂଗ୍ରେସ ଶାସନରେ ଥିବା ବେଳେ ମଧ୍ୟ ଅନେକ ଥର ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ରେକର୍ଡ କରିବାକୁ ଯାଉଛନ୍ତି । ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ହୋଇ ପୁଣି ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ । ସବୁବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ଉତ୍ତରପ୍ରଦେଶରେ ସ୍ଥିର ସରକାର ଦେବାରେ ସଫଳ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ ।

Govt

Comments are closed.