ଭାରତ ଯୋଡ ଯାତ୍ରା : ଗୁରୁନାନକ ଜୟନ୍ତୀ ରେ ଗୁରୁଦ୍ୱାର ପହଁଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଭାରତ ଯୋଡ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାରୁ ଯାଇ ମଙ୍ଗଳବାର ମହାରାଷ୍ଟ୍ରରେ ପହଞ୍ଚିଛନ୍ତି I ଆଜି ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ସେ ମହାରାଷ୍ଟ୍ରର ନIନ୍ଦେଡ଼ ଜିଲ୍ଲାସ୍ଥିତ ବାବା ଜୋରୱାର ସିଂ ଫତେଜ ସିଂ ଜୀଙ୍କ ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଥିଲେ। ସେଠାରେ ରାହୁଲ ଗାନ୍ଧୀ ସାରା ରାତି ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେ ଶିଖ୍‌ ଧର୍ମୀମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରିବା ସହ କମଳା ରଙ୍ଗର ପଗଡି ପିନ୍ଧି ପିନ୍ଧିଥିବା ଫଟୋରେ ନଜର ଆସିଛନ୍ତି।

ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯାତ୍ରାର ଆରମ୍ଭ ହୋଇସାରିଛି। ତାହା ସେ ଗୁରୁ ନାନକଙ୍କ ପ୍ରେମ, ଶାନ୍ତି ଓ ଭାଇଚାରା ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଯୋଡ଼ ଯାତ୍ରା ପୂରା କରିବାର ସଂକଳ୍ପ ବି ନେଇଛନ୍ତି। ଏହା ଛଡ଼ା ରାହୁଲ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଭାରତ ଯୋଡା ଯାତ୍ରା ଗୁରୁଦ୍ୱାରରୁ ଆରମ୍ଭ ହୋଇଥିଲା। ଏହା ପରେ ବିଲୋଲି ଜିଲ୍ଲାର ଅଟକାଲୀରେ ଯାତ୍ରା ସମାପ୍ତ ହେବ I ପୁନର୍ବାର ଏହି ଯାତ୍ରା ଅପରାହ୍ନ ୪ ଟାରେ ଆରମ୍ଭ ହୋଇ ଭୋପାଳ ଠାରେ ଅଟକି ରହିବ Iଏଥି ସହିତ, ଯାତ୍ରାର ରାତି ରହଣି ବିଲୋଲିର ଗୋଦାବରୀ ମାନର ଚିନି କାରଖାନା ପଡିଆରେ ଅଟକିବ I ସେ ମହାରାଷ୍ଟ୍ରରେ ୧୫ ଦିନ ପର୍ଯ୍ୟନ୍ତ ରହି ଜନସାଧାରଣଙ୍କ ସୁଖ ଦୁଃଖରେ ଯୋଡି ହେବେ I

Launching Ceremony of “AYUSHMAN BHARAT

Comments are closed.