ସମୟ ଲାଇଭ,24/4: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକ ଜିଲାର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯାଉଛି |
ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିଲାବେବେଳ ରାଜ୍ୟରେ ରୋଗୀ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି। ତେବେ ଲଗାତାର ଏପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା 3 ଜିଲ୍ଲାରେ ଲାଗୁହୋଇଥିବା 60 ଘଣ୍ଟିଆ ସଟ ଡାଉନ ଓ ସାରା ରାଜ୍ୟରେ ଲାଗୁହୋଇଥିବା ଲକ ଡାଉନ ଅବଧି ବୃଦ୍ଧି ପାଇବାର ଆଶଙ୍କା ରହିଛି |

Comments are closed.