ବେସନ ବ୍ରେଡ ଟୋଷ୍ଟ

ସାମଗ୍ରୀ – ୪ଟି ବ୍ରେଡ୍‌ ସ୍ଲାଇସ୍‌, ଏକ କପ୍‌ ବେସନ, ଅଧା କପ କଟା ପିଆଜ, ଅଧା କପ୍‌ କ୍ୟାପସିକମ୍‌, ଅଧା କପ ଟମାଟ, ଅଧାକପ୍‌ ଗ୍ରେଟେଡ୍‌ କଞ୍ଚା ଆଳୁ, ଏକ ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ପରିମାଣ ଗରମ ମସଲା, ଅଳ୍ପ ପରିମାଣ ଚାଟ ମସଲା, ବେକିଙ୍ଗ ସୋଡା ଅଳ୍ପ ପରିମାଣ ।

ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ବେସନ, ସମସ୍ତ ପରିବା, ଲୁଣ, ବେକିଂ ସୋଡା, ମସଲା ପକାଇ ଏକ ଆଣ ପ୍ରସ୍ତୁତ କରନ୍ତୁ । ମିଡିଅମ୍‌ ଆଞ୍ଚରେ ପ୍ୟାନରେ ତେଲ ଗରମ କରନ୍ତୁ । ଏହାପରେ ବ୍ରେଡ୍‌ ସ୍ଲାଇସ୍‌କୁ ସେହି ବେସନ ଆଣରେ ବୁଡାଇ ଛାଣି ନିଅନ୍ତୁ । ସେହିପରି ସମସ୍ତ ସ୍ଲାଇସ୍‌କୁ ଛାଣି ନିଅନ୍ତୁ । ଏହାକୁ ଚଟଣି ସହିତ ପରଷନ୍ତୁ । ଏହା ପିଲାଙ୍କର ବେଶ୍‌ ପସନ୍ଦର ଖାଦ୍ୟ ହୋଇଥାଏ ।

Launching Ceremony of “AYUSHMAN BHARAT

Comments are closed.