କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସଧୀନ ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ରାଜ୍ୟର ପଞ୍ଚୟତ ମନ୍ତ୍ରୀ ଥିଲେ । ଏହାସହିତ ସେ ଅନ୍ୟ ୩ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । ୨୦୧୦ରେ ସୁବ୍ରତ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଦଳରେ ଯୋଗ ଦେଇଥିଲେ ।

ସୂଚନା ଅନୁସାରେ, କିଛିଦିନ ପୂର୍ବେ ସୁବ୍ରତଙ୍କୁ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । କିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତୁ୍ୟ ହୋଇଛି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଳିଘାଟ ସ୍ଥିତ ଘରେ କାଳୀ ପୂଜା କରୁଥିଲେ । ଏହି ଦୁଃଖଦ ଖବର ପାଇ ସେ ହସ୍ପିଟାଲରେ ପହଞ୍ଚି ତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲେ ।
ତାଙ୍କର ମରଶରୀର ଆଜି ରବୀନ୍ଦ୍ର ସଦନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଏହାପରେ ମୃତଦେହକୁ ବାଲିଗଞ୍ଜ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ଓ ସେଠାରୁ ତାଙ୍କ ପୈତୃକ ଗାଁକୁ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୁଁ ମୋ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି । ହେଲେ ଏହା ମୋ ଜୀବନର ସବୁଠୁ ବଡ଼ ଝଟ୍‌କା । ସୁବ୍ରତ ଦାଦ ଙ୍କ ପରି ବ୍ୟକ୍ତିତ୍ୱ ଆଉ କେହି ନାହାନ୍ତି । ସେ ଜଣେ ବହୁତ ଭଲ ମଣିଷ ଓ କଠିନ ପରିଶ୍ରମୀ ଥିଲେ । ମୁଁ ସୁବ୍ରତ ଦାଦ ଙ୍କ ମୃତଦେହ ଦେଖିପାରିବି ନାହିଁ ।

ସୂଚନା ଯୋଗ୍ୟଯେ, କୋଲକାତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ । ଏହାପରେ ସେ ଜାମିନରେ ମୁକୁଳି ଥିଲେ । ନିଶ୍ୱାସ ନେବାରେ ସମସ୍ୟା ଉପୁଜିବାରୁ ଗତ ଅକେଫାବରରେ ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡ଼ିଥିଲା ।

Govt

Comments are closed.