ଉପକାରୀ ଲେମ୍ବୁ

ଲେମ୍ବୁରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ଗୁଣ ଭରିରହିଛି । ଏହାର ଔଷଧୀୟଗୁଣ ସହିତ ସ୍ୱାଦ ଏହାକୁ ନିଆରା କରିଥାଏ । ତେବେ ଲେମ୍ବୁକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଭିଟାମିନ ସି, କ୍ୟାଲସିୟମ, ପଟାସିଅମ ଭରି ରହିଥାଏ, ଯାହା ତ୍ୱଚା, ଚୁଟି ଓ ନଖ ପାଇଁ ବେଶ୍‌ ଉପକାରୀ । ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ଯାହା ଆପଣଙ୍କ ଶରୀର ପାଇଁ ବେଶ୍‌ ଫଳପ୍ରଦ । ଏହାର ତ୍ୱଚା ଉପରେ ମଧ୍ୟ ଭଲ ପ୍ରଭାବ ପଡିଥାଏ । ସେହିଭଳି ମୁଣ୍ଡ କୁଣ୍ଡାଇହେଉଥିଲେ ଫାଳେ ଲେମ୍ବୁ ମୁଣ୍ଡର ଚମଡାରେ ଘଷନ୍ତୁ, ଏଥିରୁ ଉପଶମ ମିଳିବ । ସେହିଭଳି ଲେମ୍ବୁ ରସ ଥିବା ତେଲ ମଧ୍ୟ ଆପଣ ଶରୀରରେ ଲଗାଇପାରିବେ । ଏହା ଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ମିଳିବ ।

Govt

Comments are closed.