ସକାଳୁ ଶୋଇକି ଉଠିବା ମାତ୍ରେ ହିଁ ଶୋଷ ଲାଗେ । ଅଧିକାଂଶ ଲୋକ ବିନା ଦାନ୍ତଘଷି ଏକ ଦୁଇ ଗ୍ଲାସ ପାଣି ପିଅନ୍ତି, ଯାହା ଶରୀରରେ ପାଣିର ଅଭାବକୁ ପୂରା କରିବାରେ ସହାୟକ ହୋଇଥାଏ । ଋଷିମୁନିମାନେ ମଧ୍ୟ ସକାଳେ ପାଣି ପିଇବାକୁ ଉଚିତ୍ ବୋଲି କହିଛନ୍ତି, କାରଣ ଏହା ପେଟକୁ ଶୀତଳ ରଖିବା ସହ ଶରୀରକୁ ସୁସ୍ଥ ରଖିବାର କାମ କରିଥାଏ । ତେଣୁ ଅଘଷା ପାଟିରେ ପାଣି ପିଇଲେ ଅନେକ ଲାଭ ମିଳିଥାଏ ।
-ମୁହଁ ନଧୋଇ କିମ୍ବା ଦାନ୍ତ ନ ଘଷି ପାଣି ପିଇଲେ ପାଚନ ପକ୍ରିୟା ଉନ୍ନତ ହୋଇଥାଏ । ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳେ । ଏହା ପେଟକୁ ଥଣ୍ଡା କରେ ।
– ବିନା ବ୍ରଶ୍ରେ ଜଳ ଗ୍ରହଣ କଲେ ଚେହେରାରେ ଚମକ ଆସିଥାଏ । ଯଦି ଆପଣ ନିୟମିତ ଭାବେ ଏପରି କରନ୍ତି, ତାହେଲେ ଶରୀରରେ ରକ୍ତର ସଞ୍ଚାର ବଢିଯାଏ । ତ୍ୱଚା ଅଧିକ ସୁନ୍ଦର ଦେଖାଦିଏ ।

-ସେହିପରି ଶରୀର ସୁସ୍ଥ ହେଲେ କେଶକୁ ପ୍ରଚୁର ପରିମାଣରେ ପୋଷଣ ମିଳେ । ଏହାଦ୍ୱାରା କେଶ ଚମକ ଏବଂ ଘନ ହୋଇଥାଏ । ଏପରିକି କେଶ ବଢ଼ିଥାଏ ।
-ସକାଳୁ ଉଠୁ ଉଠୁ ଦୁଇ ଗ୍ଲାସ ପାଣି ପିଇଦେଲେ ଶରୀର ଫୂର୍ତ୍ତି ଅନୁଭବ କରେ । ଥଣ୍ଡାକାଶ ପରି ଅନ୍ୟ ପ୍ରକାର ରୋଗରୁ ମଧ୍ୟ ବର୍ତ୍ତିହୁଏ । ପାଣି ପିଇବା ଦ୍ୱାରା ଶରୀର ଗରମ ହେବନାହିଁ ଏବଂ ମୁହଁ ଭିତରେ ପଡ଼ୁଥିବା ଛାଲରୁ ମୁକ୍ତି ମିଳେ ।
-ଯଦି ଆପଣ ସଠିକ୍ ଭାବେ ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତାହେଲେ ଉଷୁମ ପାଣି ପିଅନ୍ତୁ । ଏଥିରୁ ଆପଣଙ୍କୁ ମୋଟାପଣରୁ ମୁକ୍ତି ପାଇପାରିବେ ।

Comments are closed.