ନୂଆପଡ଼ା : ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସୂର୍ଯୋମତି ନିଆଲ(୬୦) । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନାନୁଯାୟୀ, ସକାଳୁ ଜୁନାନୀ ଗ୍ରାମର ପଦ୍ମନ ନିଆଲ(୬୫) ଓ ସ୍ତ୍ରୀ ସୂର୍ଯୋମତି ନିଜ ଚାଷ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ସ୍ୱାମୀ ପଦ୍ମନ ଆଗରେ ଚାଲୁଥିବା ବେଳେ ସ୍ତ୍ରୀ ସୂର୍ଯୋମତି ପଛରେ ଚାଲୁଥିଲେ । ଏହି ସମୟରେ ଜଙ୍ଗଲରୁ ଦୁଇଟି ଭଳି ଭାଲୁ ଚାଲି ଆସି ସୂର୍ଯୋମତିଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ । ସ୍ୱାମୀ ପଦ୍ମନ ଚିତ୍କାର କରିବାରୁ ସ୍ତ୍ରୀ ସୂର୍ଯୋମତିଙ୍କୁ ଛାଡି ଦୁଇଟି ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଏଥିରେ ସୂର୍ଯୋମତି ଲହୁଲୁହାଣ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଛି । ୨୦ରୁ ଅଧିକ ଷ୍ଟିଚ୍ ପଡିଛି । ତେବେ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପରିବାର ଲୋକେ ଦାବି କରିଛନ୍ତି ।

Comments are closed.