ଡ୍ରେନ ସଫା କଲେ ବିଡ଼ିଓ ମାଡାମ

0

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଲୋକଙ୍କୁ ସଚେତନ କରିବା ପାଇଁ ସ୍ପଟକୁ ଗଲେ ବିଡିଓ ମ୍ୟାଡାମ୍ । ବାରମ୍ବାର କହିବା ସତ୍ତ୍ୱେ ନ ଶୁଣିବାରୁ ନିଜ ହାତରେ ଡ୍ରେନ ସଫା କରିଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ବିଡ଼ିଓ କାର୍ମି ଓରାମ । ସୋମବାର ସିନାପାଲି ବ୍ଲକରେ ପ୍ରଶାସନିକ କାର୍ଯ୍ୟକ୍ରମ ଚାଲିଥିଲା । ଅଫିସରମାନଙ୍କୁ ଲୋକମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ ।

ବିଡିଓ ମ୍ୟାଡାମଙ୍କ ପାଖକୁ କିଛି ଲୋକ ଯାଇ ନର୍ଦ୍ଦମା ସମସ୍ୟା ସମ୍ପର୍କରେ କହିଥିଲେ । ବସ୍ ଷ୍ଟାଣ୍ଡ ଅଞ୍ଚଳର କିଛି ଲୋକ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ପ୍ରଶାସନକୁ ସମାଲୋଚନା ମଧ୍ୟ କରିଥିଲେ । ପଞ୍ଚାୟତ ସଫେଇ କର୍ମଚାରୀମାନେ ସେଗୁଡ଼ିକୁ ବାରମ୍ବାର ସଫା କରୁଥିଲେ ମଧ୍ୟ କିଛି ଅସାମାଜିକ ଲୋକ ସେଥିରେ ଅଳିଆ ଆବର୍ଜନା ପକାଉଥିଲେ । ଆବର୍ଜନା ଯୋଗୁଁ ଡ୍ରେନ୍‌ରେ ପାଣି ଜଳାଶୟ ପାଇଁ ସମସ୍ୟା ସୃଷ୍ଟି କରୁଥିଲା ।ଅଭିଯୋଗ ଶୁଣି ବିଡିଓ ମ୍ୟାଡାମ୍ ନିଜେ ନାଳ ସଫା କରିବାକୁ ବାହାରିପଡ଼ିଥିଲେ ।

ଅବଶ୍ୟ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଅଟକାଇ ଥିଲେ । ହେଲେ ବିଡିଓ ମ୍ୟାଡାମ ନାଳରେ ଅଳିଆ ଗୋଟାଇ ଅଲଗା କରିଥିଲେ । ଅଫିସରଙ୍କ ଏ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅନେକ ଲୋକ । ଲୋକଙ୍କୁ ସଚେତନ କରିବାର ଏହା ଏକ ବାର୍ତ୍ତା ଥିଲାବୋଲି ଅନେକ ଲୋକ କହିଛନ୍ତି ।

Govt
Leave A Reply

Your email address will not be published.