ଖୁବ୍‍ ଶୀଘ୍ର ବରୁଣଙ୍କ ସହ ନତାଶାଙ୍କ ପଡ଼ିବ ହାତଗଣ୍ଠି

ସମୟ ଲାଇଭ୍‍,୨୧/୧୧: ନିଜର ଫିଲ୍ମକୁ ନେଇ ବରୁଣ ଯେତିକି ଚର୍ଚ୍ଚାରେ ରହୁଛନ୍ତି ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ହେଉଛି। ନିଜର ସ୍କୁଲ ସାଙ୍ଗ ନତାଶାଙ୍କୁ ସେ ଖୁବ୍‍ ଶୀଘ୍ର ବିବାହ କରିବାକୁ ଯାଉଥିବାବେଳେ ଏନେଇ ଖୁଲାସା କରିଛନ୍ତି ଖୋଦ୍‍ ନତାଶା। ସେ କହିଛନ୍ତି ଖୁବ୍‍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଥିବାବେଳେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛଇ। ସେମାନେ କିଛି ଦିନ ପାଇ ଁ ବିବାହକୁ ସ୍ଥଗିତ ରଖିଥିଲେ ମଧ୍ୟ ଖୁବ୍‍ ଶୀଘ୍ର ଏହି ପବିତ୍ର ବନ୍ଧନରେ ବାନ୍ଧି ହେବେ। ଏକ ମାଗାଜିନ୍‍କୁ ଇଣ୍ଟରଭ୍ୟୁ ଦେବା ସମୟରେ ବିବାହକୁ ନେଇ ଏପରି କହିଛନ୍ତି ନତାଶା।

ସୂଚନା ଥାଉ କି, ଗତ କିଛିଦିନ ପୂର୍ବରୁ ଖବର ମିଳିଥିଲା ଉଭୟେ ଚଳିତ ବର୍ଷ ଡ଼ିସେମ୍ବରରେ ବିବାହ କରିବେ। ଯୋଦ୍ଧପୁରରେ ବୈଦିକ ରୀତିନୀତି ଅନୁସାରେ ହେବାକୁ ଥିବା ଏହି ବିବାହ ଉତ୍ସବ ତିନିଦିନ ଚାଲିବ। ତେବେ ଖବରରେ କେତେ ସତ୍ୟତା ଅଛି ତାହା ସମୟ ହିଁ କହିବ।

Launching Ceremony of “AYUSHMAN BHARAT

Comments are closed.