ରାଜନୀତିରେ ପାଦ ଥାପିବେ ବର୍ଷା

କେନ୍ଦ୍ରାପଡା: ଫେବୃଆରୀ ୧୫: ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା ଥିବା ଦେଖାଯାଉଛି। ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ଆଗ ପରି ଦବଦବା ଆଉ ନାହିଁ । ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି । ବିଜେଡି ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଉଛି ବୋଲି ଯେଉଁ ଆଭିମୁଖ୍ୟ ଲୋକଙ୍କ ସାମନାରେ ରଖୁଛି, ତାହା ପ୍ରଚାର କରିବାରେ ବର୍ଷାଙ୍କ ଚେହେରା ବିଜେଡିକୁ ଅଧିକ ସହଯୋଗ କରିବ । ଦଳରେ ମହିଳାଙ୍କୁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଆଧାରରେ କିଛି ନୂଆ ମୁହଁ ଖୋଜୁଛି ବିଜେଡି । ଏପରି ସ୍ଥିତିରେ ବର୍ଷାଙ୍କୁ ଆଗକୁ ଆଣିଲେ, ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀଙ୍କ ଆକ୍ରମଣରୁ ବିଜେଡି କିଛିଟା ରକ୍ଷା ପାଇପାରିବ ବୋଲି କୁହାଯାଉଛି । ବର୍ଷା ଓ ଅନୁଭବ କଳିରେ ଲୋକ ଅନୁଭବଙ୍କୁ ଭଲ ନଜରରେ ଦେଖୁନାହାନ୍ତି । କିନ୍ତୁ ବର୍ଷାଙ୍କ ପ୍ରତି ଅନୁକମ୍ପା ରହିଛି । ବର୍ଷା ବହୁ ସାମାଜିକ ସଂଗଠନ ସହ ଜଡିତ।ବର୍ଷା କଟକ ସହରର ଝିଅ ଓ ବୋହୂ ବି । ତାଙ୍କୁ ଦଳ କଟକ କିମ୍ୱା ଉପକୂଳ ଜିଲ୍ଲାରୁ ଟିକେଟ ଦେଇପାରେ ।

ଦିନେ ବିଜେଡିର ଷ୍ଟାର ପ୍ରଚାରକ ହୋଇ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର କରୁଥିଲେ ଅନୁଭବ । ଏଥର କିନ୍ତୁ ପଞ୍ଚାୟତ ନିର୍ବାଚନରେ ତାଙ୍କର ଦର୍ଶନ ନାହିଁ । ଏପରିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କର ଫଟୋ କି ପୋଷ୍ଟର ପ୍ରାୟ ଦେଖିବାକୁ ମିଳୁନାହିଁ । ତାଙ୍କ ରାଜନୈତିକ କ୍ୟାରିୟରର ଦ ଏଣ୍ଡ୍ ହେବାକୁ ଯାଉଛି ବୋଲି କେନ୍ଦ୍ରାପଡାର ସାଧାରଣ ଲୋକ ମତ ଦେଉଛନ୍ତି । ବର୍ଷା ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ରାଜନୀତି ମହଲରେ ଏହି ଫେମସ ଅଭିନେତ୍ରୀଙ୍କ ପାଦ ପଡିବାକୁ ଯାଉଥିବା ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ସାଂସଦ ଅନୁଭବଙ୍କ ନାବ ବୁଡିବା ଅବସ୍ଥାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Launching Ceremony of “AYUSHMAN BHARAT

Comments are closed.