ରୋହିତଙ୍କ ପାଇଁ କାଳ

0

ଭାରତୀୟ କ୍ରିକେଟର ଏକ ମହାନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି ୨୦୨୭ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇ ଜିତାଇବା ରୋହିତଙ୍କ ସ୍ୱପ୍ନ ଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ ଶୁଭମନ ଗିଲଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଅନ୍ୟ ଅର୍ଥରେ ରୋହିତ ଏବେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଯୁବ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବ । ବିସିସିଆଇା ଚୟନ କମିଟି ତାଙ୍କ ହାତ ବାନ୍ଧି ଦେଇଛନ୍ତି । ତେବେ କେଉଁ ସବୁ କାରଣ ଯୋଗୁ ରୋହିତ ଅଧିନାୟକ ପଦ ହରାଇଲେ…

ଦିନିକିଆ ବିଶ୍ୱକପ ପାଇଁ ଯଥେଷ୍ଟ ସମୟ: ୨୦୨୭ ବିଶ୍ୱକପ ପାଇଁ ଯଥେଷ୍ଟ ସମୟ ରହିଛି । ଏବେଠାରୁ ଚୟନ କମିଟି ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା କରି ଚୁପ ବସିବାକୁ ଚାହୁଁନି । ଯୁବ ଖେଳାଳିଙ୍କୁ ଏହି ସମୟ ମଧ୍ୟରେ ଦାୟିତ୍ୱ ସମ୍ପନ୍ନ କରିବାକୁ ବିସିସିଆଇ ଚାହିଁବ୤ ଶୁଭମନ ଗିଲ ଟେଷ୍ଟ ପରେ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।

ଘରୋଇ କ୍ରିକେଟ ନ ଖେଳିବା: ୨୦୧୩ ପର୍ଯ୍ୟନ୍ତ ରୋହିତ ଶର୍ମା ନିୟମିତ ଘରୋଇ କ୍ରିକେଟରେ ଖେଳୁଥିଲେ । ୨୦୧୮ରେ ସେ ଶେଷ ଥର ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳିଥିଲେ ଚୟନ କମିଟି ଏବେ ପ୍ରତ୍ୟେକ ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବା ଉପରେ ଜୋର ଦେଉଛନ୍ତିିି । ରୋହିତ ଏହାଠାରୁ ଦୂରେଇ ରହିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ବାଧକ ହେଉଛି ବୟସ: ରୋହିତଙ୍କୁ ଏବେ ୩୮ ବର୍ଷ । ଆଗାମୀ ବିଶ୍ୱକପ ବେଳକୁ ତାଙ୍କୁ ୪୦ ହୋଇଯାଇଥିବ । ଯାହାକି ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ଏକ ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ସୃଷ୍ଟି କରିବ । ମହିନ୍ଦର ଅମରନାଥଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ଖେଳାଳି ଏତେ ବର୍ଷ ପର୍ଯ୍ୟନ୍ତ ସୀମିତ ଓଭର ମ୍ୟାଚ ଖେଳି ନାହାନ୍ତି । ଅମରନାଥ ୩୯ ବର୍ଷ ପର୍ଯ୍ୟନ୍ତ ଖେଳିଥିଲେ୤ ରୋହିତ ୩୭ ବର୍ଷ ବୟସରେ ଭାରତର ନେତୃତ୍ୱ ନେଇ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ କରାଇଥିଲେ । ତେବେ ଚୟନ କମିଟି ଏଥିରେ ପ୍ରଭାବିତ ହେଲା ଭଳି ଲାଗୁନି ।

ଭିନ୍ନ ଅଧିନାୟକ ସପକ୍ଷରେ ନାହିଁ ବିସିସିଆଇ: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ ୩ଟି ଯାକ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ଚାହୁଁନି । ଶୁଭମନ ଗିଲ ଏବେ ଟେଷ୍ଟ ଏବଂ ଦିନିକିଆ ଦଳର ନେତୃତ୍ୱ ନେବେ । ସେହିପରି ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ଅଧିନାୟକ ରହିଛନ୍ତି । ରିପୋର୍ଟ ମୁତାବକ ଗିଲ ଖୁବଶୀଘ୍ର ଟି-୨୦ରେ ମଧ୍ୟ ଭାରତର ନେତୃତ୍ୱ ନେବେ । ରୋହିତ ଅଧିନାୟକ ରହିଥିଲେ ୩ଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ କ୍ୟାପେଫନ ହୋଇଥାନ୍ତ

ଯୁବ ବାହିନୀ ପ୍ରସ୍ତୁତ: ରୋହିତ ୨୦୨୩ ପରଠାରୁ ଟିମ ଇଣ୍ଡିଆର ଓପିନଂ ବ୍ୟାଟିଂ ଶୈଳୀରେ ବଡ ପରିବର୍ତ୍ତନ ଆଣିଥିଲେ । ସେ ଆରମ୍ଭରୁ ବଡ ଶଟ ଖେଳି ବିପକ୍ଷ ଦଳକୁ ଚାପରେ ପକାଇଥିଲେ୤ ୨୦୨୨ ପର୍ଯ୍ୟନ୍ତ ରୋହିତ ଲମ୍ବା ଇନିଂସ ଖେଳୁଥିବା ବେଳେ ଏଥିରେ ପରିବର୍ତ୍ତନ ଆଣିଛନ୍ତି୤ ଅଧୁନା ଯଶସ୍ୱୀ ଜୈସ୍ୱାଲ, ଅଭିଷେକ ଶର୍ମା ଓ ରୁତୁରାଜ ଗାଏକ୍ବାଡଙ୍କ ପରି ଖେଳାଳି ରୋହିତଙ୍କ ସ୍ଥାନ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଯାହା ରୋହିତଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.